• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଭିଡିଓ କାହାଣୀ ସଶକ୍ତିକରଣ

କ୍ୟାରିୟର ପାଇଁ ମେଟ୍ରୋରୁ ଗାଁ ଯାତ୍ରା

1 Comment
December 31, 2021
2 Mins read
456 Views
milkman

ପ୍ରତିଦ୍ବନ୍ଦ୍ବିତା ଜୋର୍‌ରେ ଚାଲିଛି। ଇଂରାଜୀରେ “Everywhere rat competition”. ଅଧିକାଂଶ ଚାହୁଁଛନ୍ତି ପିଲାଟି ତାଙ୍କର ପାଠଶାଠ ଦି’ ଅକ୍ଷର ପଢ଼ି କେମିତି ଦେଶବିଦେଶର କୌଣସି ଏକ ବଡ଼ କମ୍ପାନୀରେ ଚାକିରିଟେ କରୁ। ଅନୁଧ୍ୟାନରୁ ଯାହା ଜଣାପଡ଼ିଛି, ୨୫% ବୟସ୍କ ଲୋକ ଏବେ ନିଃସଙ୍ଗ ଜୀବନ ଅତିବାହିତ କରୁଛନ୍ତି। କାରଣ ପିଲାଏ ତାଙ୍କର ମଲ୍ଟିନ୍ୟାସନାଲ୍ କମ୍ପାନୀର ବଡ଼ବଡ଼ ପଦରେ କାମ କରୁଛନ୍ତି। ସଫଳ ହେବାର ନିଶାରେ ସମସ୍ତେ ନିଜ ଭିଟାମାଟିକୁ ଭୁଲିଗଲେଣି। ସମସ୍ତଙ୍କୁ ଦରକାର ମେଟ୍ରୋ ସହରରେ ଫ୍ଲାଟ୍ ଖଣ୍ଡେ, ଦାମୀ ଏସ୍‌ୟୁଭି/କେୟୁଭି କାର୍ ଆଉ ତା’ ସାଙ୍ଗରେ ଆକାଉଣ୍ଟରେ ମହଜୁଦ୍ ରହୁଥିବ ପୁଳାଏ ଟଙ୍କା। ସ୍ମାର୍ଟ ପିଢ଼ିର କହିବାନୁସାରେ, ନିଜ ଦେଶରେ କିମ୍ବା ଗାଁଗହଳିରେ ରହି କିଛି କରିବା ସମ୍ଭବପର ନୁହେଁ। କିନ୍ତୁ ଆ​‌ମେ ସତରେ ଭୁଲିଯାଉଛେ ଏଇ ଭିଟାମାଟିରେ ଗୁପ୍ତଧନ ଲୁଚିରହିଛି। ତା’କୁ ଖୋଳି ବାହାର କରିବା ପରିବର୍ତ୍ତେ ପରଦେଶରେ/ରାଇଜ​‌ରେ ଆଉ କାହା ଅଧୀନରେ କାମ କରୁଛେ। ପରିଣତ ବୟସରେ ପହଞ୍ଚିବା ପରେ ଜଣେ ନିଜ ଲୋକ, ନିଜଦେଶକୁ ଖୋଜେ, ସେତେବେଳକୁ କିନ୍ତୁ ବହୁତ ବିଳମ୍ବ ହୋଇଯାଇଥାଏ। ଡେରି ହେବା ପୂର୍ବରୁ ଆଖି ଖୋଲି ସଚେତନ ହୋଇଥିବା ଆଜିର ଇନସ୍ପାଇରିଙ୍ଗ ଓଡ଼ିଶାର ଜଣେ ସୁନ୍ଦର ଉଦାହରଣ ହେଉଛନ୍ତି ଘନଶ୍ୟାମ ମେହେର।

ଘନଶ୍ୟାମଙ୍କ ନାମଟି ହିଁ ପରିଚିତ କରାଇଦେଉଛି ଯେ ସେ ପଶ୍ଚିମ ଓଡ଼ିଶା ବାସିନ୍ଦା। ଏମବିଏ ପଢ଼ିବା ପରେ ଦିଲ୍ଲୀ ଏକ ଏମ୍‌ଏନ୍‌ସିରେ ବେଶ୍ ଭଲ ଦରମାରେ ନିଯୁକ୍ତି ପାଇଗଲେ। ମେଟ୍ରୋ ସହର, ପୁଣି ରାଜଧାନୀ। ଆଗକୁ ଲମ୍ବା ଭବିଷ୍ୟତ ପଡ଼ିଛି। ପରିବାର ଲୋକ, ସାଙ୍ଗସାଥି ସମସ୍ତେ ତାଙ୍କ ସଫଳତାରେ ଖୁସି ହେଲେ। ଆଖିରେ ଆଖିଏ ସ୍ବପ୍ନ ନେଇ ଦିଲ୍ଲୀରେ କାମ ଆରମ୍ଭ କଲେ। ପରିଶ୍ରମୀ ପଶ୍ଚିମ ଓଡ଼ିଶାର ପିଲା ସେ, ମାସ କେଇଟାରେ ତାଙ୍କୁ ପ୍ରମୋଶନ୍ ମିଳିଲା। ସବୁକିଛି ହାତ ପାଆନ୍ତାରେ ଥିଲା ତାଙ୍କର, କେବଳ ଯାହା ମନରେ ଆତ୍ମସନ୍ତୋଷ ନଥିଲା। ମାଟିର ଆକର୍ଷଣରୁ ସେ ବାହାରିପାରୁନଥିଲେ। ତେବେ, ଚାକିରି ଛାଡ଼ି ସେ କ’ଣ କରିବେ, ଏକଥା ମଧ୍ୟ ଘନଶ୍ୟାମ ସ୍ଥିର କରିପାରୁନଥାନ୍ତି। ଶେଷରେ ମା’ ସମଲେଶ୍ବରୀଙ୍କ ହାତରେ ସବୁକିଛି ଟେକି ଦେଇ ସମ୍ବଲପୁର ଫେରିଆସିଲେ। କିଛିଦିନ ଭାବି ନିଜ ଗାଁରେ ଡାଏରୀ ଫାର୍ମ କରିବାକୁ ଯୋଜନା କଲେ। ୨୦୧୦ରେ ଘନଶ୍ୟାମଙ୍କ ‘ୟାଜ୍ଞସେନୀ ଡାଏରୀ ଫାର୍ମ’ ଧମ୍ମା ଗାଁରେ ଶୁଭାରମ୍ଭ ହେଲା। ମାସ କେଇଟାରେ ତାଙ୍କ ବ୍ୟବସାୟକୁ ଲୋକ ଚିହ୍ନିଲେ ଓ ବ୍ୟବସାୟ ମଧ୍ୟ ଚାଲିଲା।

ଅନେକ ସମୟରେ ତାଙ୍କୁ କେହିକେହି ପଚାରନ୍ତି, ଏମ୍‌ଏନ୍‌ସି ଚାକିରି ଛାଡ଼ି ସେ ଗାଁରେ ଆସି ଫାର୍ମ କରିବା କ’ଣ ଦରକାର ଥିଲା? ବେଶ୍ ମଜାରେ ଉତ୍ତର ଦିଅନ୍ତି ଘନଶ୍ୟାମ, ସମସ୍ତେ ଯଦି ବଡ଼ କମ୍ପାନୀରେ ଚାକିରି କରିବେ, ତେବେ ଆଉ କିଛି ବର୍ଷ ପରେ ପାଖରେ ଟଙ୍କା ଥିବ କିନ୍ତୁ ଆମେ ଖାଇବାକୁ ପାଇବାନି।

ଧମ୍ମା ଗାଁରେ ସେ ନିଜର ଫାର୍ମ ହାଉସଟେ କରିଛନ୍ତି। ସବୁକିଛି ଏଠାରେ ଯନ୍ତ୍ରଚାଳିତ। ଗାଈମାନଙ୍କର ଯତ୍ନ ନେବାରେ ଘନଶ୍ୟାମ ଆଦୌ ହେଳା କରନ୍ତିନାହିଁ। ଯଦିଓ କର୍ମଚାରୀ ରଖିଛନ୍ତି, କିନ୍ତୁ ନିଜେ ବ୍ୟକ୍ତିଗତ ଭାବେ ସେ ପ୍ରତ୍ୟେକ ଗାଈଙ୍କ ଖବର ବୁଝନ୍ତି। ସେମାନଙ୍କ ପରିଷ୍କାରପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦିଆଯାଏ। ଏପରିକି ବଜାର ଗୋ ଖାଦ୍ୟ ଦେବା ପରିବର୍ତ୍ତେ ଫାର୍ମରେ ଥିବା ପଡ଼ିଆରେ ଘାସ ଚରିବାକୁ ଗାଈଙ୍କୁ ଅଧିକାଂଶ ସମୟ ଛାଡ଼ିଦିଆଯାଏ। 

ମା’ ସମଲେଶ୍ବରୀଙ୍କ ରାଇଜରେ ଆଜି ସେ ଜଣେ ସଫଳ ଉଦ୍ୟୋଗୀ। ପଶ୍ଚିମ ଓଡ଼ିଶା ଓ ରାଜ୍ୟର ଅନ୍ୟ ପ୍ରାନ୍ତରୁ ବରାବର ଲୋକେ ତାଙ୍କ ପାଖକୁ ତାଲିମ ନେବାକୁ ଆସୁଛନ୍ତି। ତାଙ୍କ ବ୍ୟବସାୟ ପ୍ରଣାଳୀ, ଗୋ-ପାଳନ, ଗୋ-ଯତ୍ନ ବାବଦରେ ସମସ୍ତେ ଜାଣିବାକୁ ଖୁବ୍ ଆଗ୍ରହୀ। ଘନଶ୍ୟାମ ତାଙ୍କର ଏହି ସଫଳତା ପାଇଁ ୨୦୧୩ରେ ‘ପଶ୍ଚିମ ଓଡ଼ିଶା ଡାଏରୀ ଫାର୍ମର୍ସ ଆୱାର୍ଡ’ ମଧ୍ୟ ପାଇଛନ୍ତି। ଯୁବ ଉଦ୍ୟୋଗୀ ନିଜ ଚେଷ୍ଟାରେ ସଫଳ ହେବା ସହ ଅନ୍ୟ କେତେଜଣଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇପାରିଛନ୍ତି।

ସତରେ, ତାଙ୍କ ପାଇଁ ଗୋଟିଏ କଥା ପ୍ରଯୁଜ୍ୟ – ‘ସାବାସ୍….. ଘନଶ୍ୟାମ’…

ଏମ୍‌ଏନ୍‌ସି ଡାଏରୀ ଫାର୍ମ ପଶ୍ଚିମ ଓଡ଼ିଶା ଫାର୍ମ ହାଉସ
Shares
1 Comment
  1. Puspasree

    March 3, 2022 1:06 pm

    Salute to this young man who had created model in self employment and sustainable livelihood. Along with dairy farm he can do a lot towards nature conservation and sustainable farming.
    Wish you all the best

    Reply
Leave a Reply Cancel reply

Your email address will not be published. Required fields are marked *

Previous Post

ବିହନ ମା ଯମୁନା କିର୍ଷାନୀ

Next Post

ଜଣେ ଗର୍ଭବତୀ ମା’ର କୋଭିଡ୍ କାହାଣୀ

You might also like
Diya-2IO-story
ସଶକ୍ତିକରଣ

ରୁଢିବାଦୀ ଚିନ୍ତାଧାରାକୁ ହରାଇ ଗାଁ ଝିଅମାନଙ୍କ ପରିଚୟ ଗଢୁଛନ୍ତି ଦିୟା

2 Mins read
July 18, 2024

ଆଜିବି ଆମ ଦେଶରେ ତଥା ରାଜ୍ୟରେ କ୍ରୀଡା ସାଧାରଣତଃ ପୁରୁଷ ପ୍ରଧାନ । କ୍ରୀଡା ପ୍ରତି ଆମର ରକ୍ଷଣଶୀଳ ସାମାଜିକ ମନୋଭାବ ଲାଗି ଯେତେ ଇଚ୍ଛା ଥିଲେ ବି ଆମ ଝିଅମାନେ ସେମାଙ୍କ ପ୍ରତିଭା ପ୍ରଦର୍ଶନରୁ ବଞ୍ଚିତ ହୁଅନ୍ତି । ବୟସ ଅଠର ବର୍ଷ ନହେଉଣୁ ବିବାହ ହୋଇଯାଏ ଆଉ ତାପରେ ଘର ଭିତରେ ସବୁଦିନ ପାଇଁ ସୀମିତ ହୋଇ ରହିଯାନ୍ତି ସେମାନେ । ବିଶେଷକରି ଆମର ଅଧିକାଂଶ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରରେ ଏହା ଏକ ସାଧାରଣ କଥା । ଏଭଳି ଏକ ରୂଢିବାଦୀ ଚିନ୍ତାଧାରାକୁ …

muni
ଭିଡିଓ କାହାଣୀ ସଶକ୍ତିକରଣ

କୋୟା ଜନଜାତିଙ୍କୁ ଖୁସି ବାଣ୍ଟୁଛନ୍ତି ମୁନି ମାଡକାମୀ 

2 Mins read
June 18, 2024

ମୁନି ମାଡକାମୀ- ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୋୟା ଜନଜାତିର ଝିଅଟିଏ । ଜିଲ୍ଲାର ପଡିଆ ବ୍ଲକର କାଲଦାପଲ୍ଲୀ ଗ୍ରାମ ପଞ୍ଚାୟତର କୁର୍ତ୍ତୀ ଗ୍ରାମରେ ତାଙ୍କର ଘର। ବୟସ ମାତ୍ର ୧୮ ବର୍ଷ । କିନ୍ତୁ ତାଙ୍କ କାମ ଆଉ ସଫଳତା ସମ୍ମୁଖରେ ତାଙ୍କ ବୟସ ଆଜି କେବଳ ଏକ ସଂଖ୍ୟା । କୃଷି କ୍ଷେତ୍ରରେ ମୁନିଙ୍କର ଉପଲବ୍ଧି ଏବଂ ମାର୍ଗଦର୍ଶନ ତାଙ୍କ ଅଞ୍ଚଳର ପ୍ରାୟ ଅନେକ ଚାଷୀଙ୍କୁ କୃଷି ପ୍ରତି ପୁନଃଆକର୍ଷିତ କରିଛି । ଏକଦା ଏଇ ଚାଷୀମାନେ ରୋଜଗାର ଅନ୍ଵେଷଣରେ ଅନ୍ୟ ରାଜ୍ୟକୁ ଯିବାପାଇଁ ବାଧ୍ୟ ହେଉଥିଲେ । ନିଜ …

Narahari-Malla
ଭିଡିଓ କାହାଣୀ

ଜୀବନର ଶିକ୍ଷା ଦେଉଛନ୍ତି ନରହରି ମଉସା

3 Mins read
April 2, 2024

‘’ପିଲା ଦିନ ଧୁଳିଖେଳ ବୟସରୁ ମୁଁ ସ୍ଵପ୍ନ ଦେଖିଥିଲି ଜଣେ ଶିକ୍ଷକ ହେବାର ସ୍ଵପ୍ନ । ଦେଶର ଭବିଷ୍ୟତମାନଙ୍କୁ ଗଢିବାର ସ୍ଵପ୍ନ । କିନ୍ତୁ ମୋ ଭାଗ୍ୟ ମୋ ସମୟ ମୋର ସ୍ଵପ୍ନକୁ ସ୍ଵପ୍ନରେ ହିଁ ରଖିଦେଲା । ପରିବାରର ସମସ୍ୟା ଆର୍ଥିକ ସ୍ଥିତି ଦୁନିଆର ବୋଝ ତଳେ ଚିପି ହୋଇ ପାଠପଢା ଛାଡି ମତେ ଚାଷବାସ, ବିଲବାଡି, ଆମ ପାନ ବରଜ ସମ୍ଭାଳିବାକୁ ପଡିଲା । ଏତେ ଆଶା କରିଥିଲି କିନ୍ତୁ ମାଟ୍ରିକ ପରୀକ୍ଷା ବି …

It doesn't demand an extraordinary skill to save a It doesn't demand an extraordinary skill to save a dying person in a road accident rather than standing as a mere spectator. Instead, it requires humane emotion to save the person who is swinging between life and death. A truck driver from Jagatsinghpur of Odisha saved more than 400 lives because being a human being he is aware of his duties. Click the link below to read more about him..⬇⬇https://inspiringodisha.com/a-truck-driver-saved-more.../
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.Know about his story of lone dedication and perseverance by clicking on the link above.
An animal geneticist has been investigating the na An animal geneticist has been investigating the native livestock breeds of Odisha for the last two decades. His research laid 8 native breeds to get registered and secure their Intellectual Property (IP) rights.  #people #innovation #newideas #savenativebreeds #OUAT #animalGenetics #CMOOdisha #PMOIndiahttps://inspiringodisha.com/an-effort-to-make-native.../
It's the story of a scientist who devoted his whol It's the story of a scientist who devoted his whole life to the conservation of the vulnerable or extinct rice genus in the Rayagada district of Odisha. His unique way of rice exchange with the farmers for retaining the rice species has replenished his collection in his rice bank. But his struggle is not over, he has to go the extra mile for reversing the vulnerable rice species.#DrDebalDebandBeyondDevelopmentality #vrihi #basudhahttps://inspiringodisha.com/on-a-trail-to-preserve.../
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies