• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ ସଶକ୍ତିକରଣ

ଶ୍ମଶାନର ଜାଗ୍ରତ ପ୍ରହରୀ ମଧୁସ୍ମିତା

No Comments
January 17, 2022
3 Mins read
425 Views
madhusmita-prusty-inspiring-odisha

ନିଶ୍ବାସକୁ କାହାର ବିଶ୍ବାସ ନାହିଁ। ଆଜି ମଲେ, କାଲିକୁ ଦୁଇ ଦିନ।ଆମ ଓଡ଼ିଆ ଘରର ଏସବୁ ଲୋକ କଥା। ଅନ୍ୟ କାହାକୁ ବୁଝାଇବାବେଳକୁ ଭାରି ବୀର ଦର୍ପରେ ଆମେ ଢ଼ଗଢ଼ମାଳି କହୁ, କିନ୍ତୁ ପରିସ୍ଥିତି ସହ ସାମ୍ନା ହେବାକୁ ସାହସ ଆମ ପାଖେ ନଥାଏ। ଦୁଃଖରେ କେହି ସାହାଯ୍ୟ ମାଗିଲେ, ନିଜ ଅସୁବିଧା କହି ମୁହଁ ଫେରାଇନେଉ। ଆଜିର ଏଇ ସମୟରେ ନିଜ ଲୋକ ହାତ ଛାଡ଼ି ଚାଲିଯାଉଛନ୍ତି, ଏଭଳି ସ୍ଥିତିରେ ପରଠାରୁ କ’ଣ ଯେ ଆଶା କରିବ ମଣିଷ !

ନା….ପ୍ରକୃତରେ ଏ​‌ବେ ବି ଭଲ ହୃଦୟର ମଣିଷପଣିଆ ଅଛି। ରାସ୍ତାରେ ଲୋକଟେ ପଡ଼ି ଯନ୍ତ୍ରଣା ପାଉଥିବାର ଦେଖିଲେ, ସେମାନେ ନିଜ କାମ ଛାଡ଼ି ଦେଇ ଦଉଡ଼ିଆସନ୍ତି। ନିଜ ପାରୁପର୍ଯ୍ୟନ୍ତ ଅନ୍ୟକୁ ସାହାଯ୍ୟ ମଧ୍ୟ କରନ୍ତି। ଅବଶ୍ୟ ଏଭଳି ମାନବିକତା ରଖୁଥିବା ଲୋକଙ୍କ ସଂଖ୍ୟା ଖୁବ୍ କମ୍। ସେହି ତାଲିକାରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛନ୍ତି ମଧୁସ୍ମିତା ପୃଷ୍ଟି। ବୟସ ମୋଟେ ୩୭ ବର୍ଷ, କିନ୍ତୁ ରାଜଧାନୀ ଭୁବନେଶ୍ବରରେ ଚିହ୍ନା ପରିଚିତ ନାଁଟେ। ଭିମଟାଙ୍ଗୀରେ ପରିବାର ସହ ମଧୁସ୍ମିତା ରହୁଛନ୍ତି। ପାଖଆଖର ଲୋକେ କହନ୍ତି, ଝିଅଟିର ନାମ ଯେମିତି, କାମ ବି ସେମିତି। ତା’ କଥାରୁ ନୁହେଁ, ବରଂ ତା’ କାମରୁ ମଧୁ ଝରେ ବୋଲି ସେଠିକା ବୟସ୍କ ଲୋକଙ୍କ ମତ ।

କେହି ଅଜଣା ଲୋକ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଲେ, ରେଳଧାରଣାରେ ଆତ୍ମହତ୍ୟା କିମ୍ବା ଦୁର୍ଘଟଣାରେ ପ୍ରାଣ ହରାଇଲେ ଶବସତ୍କାର କରିବାକୁ ଆଗେଇ ଆସିଥାନ୍ତି ମଧୁସ୍ମିତା । ଏଭଳି କାମ କରିବାର ପ୍ରେରଣା ସେ ସ୍ବାମୀ ପ୍ରଦୀପ ପୃଷ୍ଟିଙ୍କ ପାଖରୁ ପାଇଥିବାର କହିଛନ୍ତି ।

ସ୍ବାମୀ-ସ୍ତ୍ରୀ ଦୁହେଁ ଏଭଳି ଜନସେବା କରିବା ପଛରେ ଏକ କାହାଣୀଟେ ଅଛି । 

କିଛିବର୍ଷ ତଳକୁ ଫେରିଯିବା। ଅଟୋ ଚଳାଉଥିବା ପ୍ରଦୀପ ଓ ମଧୁସ୍ମିତା ଅନ୍ୟମାନଙ୍କ ପରି ସାଧାରଣ ଜୀବନ କାଟୁଥିଲେ। ୨୦୧୧ରେ ମଧୁସ୍ମିତା କଲକାତାର ଫୋର୍ଟିସ୍ ହସ୍ପିଟାଲର ଶିଶୁ ବିଭାଗରେ ବରିଷ୍ଠ ସେବିକା ଭାବେ କାମ କରୁଥିଲେ। କେତେବେଳେ ପ୍ରଦୀପ କଲକାତା ଯାଉଥିଲେ ତ’ ଅନ୍ୟ ସମୟରେ ମଧୁସ୍ମିତା ଦୁଇ ପିଲା ଜାଜ୍ଞସେନୀ, ଗୁରମିତଙ୍କୁ ନେଇ ଭୁବନେଶ୍ବର ଚାଲିଆସୁଥିଲେ।ଏମିତି ଚାଲିଥିଲା ସେମାନଙ୍କ ଜୀବନ। ଦିନେ ଏକ ଦୁର୍ଘଟଣାରେ ପ୍ରଦୀପଙ୍କ ମା’ ପ୍ରାଣ ହରାଇଲେ। ରେଳଧାରଣାରେ ତାଙ୍କ ମା’ଙ୍କ ଶରୀରକୁ ଆଣିବା ପାଇଁ ପ୍ରଦୀପ ବହୁ ସାଙ୍ଗସାଥିଙ୍କୁ ସାଥିରେ ଯିବାକୁ ଅନୁରୋଧ କଲେ। କେହି ଶୁଣିନଥିଲେ। ଶେଷରେ ନିଜେ ସବୁ ଏକା କଲେ। ମୃତ୍ୟୁ ପରର ଏଭଳି ହୃଦୟସ୍ପର୍ଶୀ ଅନୁଭବରେ ପ୍ରଦୀପ ଭାଙ୍ଗିପଡ଼ିଲେ। ସେଇ ସମୟରେ ସେ ନିଷ୍ପତ୍ତି ନେଲେ ଏହା ପରଠାରୁ କେହି ଲୋକ ଦୁର୍ଘଟଣାରେ ପ୍ରାଣ ହରାଇଲେ, ସେ ତାଙ୍କୁ ଜାଣିଥାନ୍ତୁ କିମ୍ବା ନ ଜାଣିଥାନ୍ତୁ, ହିନ୍ଦୁ ରୀତି ଅନୁସାରେ ତା’ର ଶବସତ୍କାର ନିଶ୍ଚୟ କରିବେ। ସେଇ କାମକୁ ସେ କଲେ ମଧ୍ୟ, ଭୁବନେଶ୍ବରରେ ସଡ଼କ ଦୁର୍ଘଟଣାରେ କିମ୍ବା ରେଳଧାରଣାରେ ରେଳ ଧକ୍କାରେ କେହି ପ୍ରାଣ ହରାଇଲେ, ସେ ଯଥାଶୀଘ୍ର ପହଞ୍ଚି ଶବସତ୍କାର କରନ୍ତି। ମଝିରେମଝିରେ ମଧୁସ୍ମିତା ଯେତେବେଳେ ଓଡ଼ିଶା ଆସନ୍ତି, ସେ ମଧ୍ୟ ସ୍ବାମୀଙ୍କୁ ଏହି କାମରେ ସହଯୋଗ କରନ୍ତି। ୨୦୧୯ବେଳକୁ ପତ୍ନୀ ମଧୁସ୍ମିତା ନିଷ୍ପତ୍ତି ନେଲେ, ଏହି ସାମାଜିକ କାମରେ ସେ ସ୍ବାମୀଙ୍କୁ ସାହାଯ୍ୟ କରିବେ। ଚାକିରି ଛାଡ଼ି ଚାଲିଆସିଲେ, ଏଥରକ ସ୍ବାମୀ-ସ୍ତ୍ରୀ ଦୁହେଁ ରାଜରାସ୍ତାକୁ ଓହ୍ଲାଇ ତାଙ୍କ ଜନସେବାରେ ଲାଗିପଡ଼ିଲେ। ଏକ ଦୁର୍ଘଟଣାରେ ପ୍ରଦୀପଙ୍କ ଗୋଡ଼ ଆଘାତ ପରଠାରୁ ମଧୁସ୍ମିତା ଏକାକୀ ନିଜେ ଏହି ଶବସତ୍କାର କାମ କଲେ । 

ଏ ଭିତରେ ସେମାନେ ଏକ ସଙ୍ଗଠନର ଆରମ୍ଭ କରିଛନ୍ତି, ଯାହାର ନାମ ‘ପ୍ରଦୀପ ସେବା ଟ୍ରଷ୍ଟ’ ରଖାଯାଇଛି। ଗଲା ୧୦ ବର୍ଷ ଭିତରେ ୧୫୦୦ରୁ ଅଧିକ ଶବସତ୍କାର କରିବା ସହ କରୋନାର ପ୍ରଥମ ଲହରବେଳେ ୫୦୦ରୁ ଅଧିକ କୋଭିଡ ରୋଗୀଙ୍କ ଶେଷକୃତ୍ୟ ସମ୍ପୂର୍ଣ୍ଣ ମାଗଣାରେ କରିଥିଲେ। ଏହି ସଙ୍ଗଠନ ମଧ୍ୟ ଈଶ୍ବରଙ୍କ କୃପାରୁ ଚାଲୁଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଦାନରେ ପ୍ରଦୀପ ସେବା ଟ୍ରଷ୍ଟର କାମ ବେଶ୍ ସୁରୁଖୁରୁରେ ଆଗକୁ ବଢ଼ୁଛି। ନିକଟରେ ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ୍ ଏବଂ ପୁଲିସ୍ ଅଧିକାରୀ ଏହି ସଙ୍ଗଠନର କାମକୁ ପ୍ରଶଂସା କରିଛନ୍ତି।ପ୍ରଦୀପ ସେବା ଟ୍ରଷ୍ଟ ସହ ଏକ ଚୁକ୍ତି ମଧ୍ୟ କରାଯାଇଛି। ରାସ୍ତା ଦୁର୍ଘଟଣା, ରେଳ ଧାରଣା ଦୁର୍ଘଟଣା, ଆତ୍ମହତ୍ୟା, କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧ, ଏସମସ୍ତଙ୍କ ମୃତଶରୀରକୁ ପ୍ରଦୀପ ସେବା ଟ୍ରଷ୍ଟ ଆମ୍ବୁଲାନ୍ସରେ ନେଇ ଭରତପୁରରେ ନୂଆ କରି ତିଆରି ହୋଇଥିବା ଶ୍ମଶାନରେ ପହଞ୍ଚାଇ ଶେଷ କୃତ୍ୟ ସମ୍ପନ୍ନ କରିବେ ।

ନିଜର ଏହି କାମକୁ ସମ୍ମାନ ଦେବା ସହ ଭଲପାଇବସିଛନ୍ତି ମଧୁସ୍ମିତା। ସକାଳ ହେଉ କି ଦିନ କିମ୍ବା ବିଳମ୍ବିତ ରାତ୍ରି, ଖବରଟେ ପାଇବା ମାତ୍ରେ ସେ ଓ ତାଙ୍କ ସ୍ବାମୀ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ନେଇ ପହଞ୍ଚିଯାନ୍ତି। କୋଭିଡ ହସ୍ପିଟାଲକୁ ଯିବାର ଥିଲେ, ଦୁହେଁ ପିପିଇ କିଟ୍ ପିନ୍ଧି ଯା’ନ୍ତି। ଯଦିବା କେତେବେଳେ କେମିତି ସ୍ବାମୀଙ୍କ ଦେହ ଠିକ୍ ନଥାଏ, ମଧୁସ୍ମିତା ଏକା ଚାଲିଯାନ୍ତି। ଏବେ ସେ ନିଜେ ଶବକୁ କାନ୍ଧ ଦେଇ ଶବ ସତ୍କାର କରିପାରୁଛନ୍ତି । 

ସ୍ବାମୀ-ସ୍ତ୍ରୀ ଦୁହେଁ ଜନସେବାରେ ଲାଗିଛନ୍ତି ଆଉ ଈଶ୍ବର ବି ସତରେ ତାଙ୍କୁ ସହାୟ ହୋଇଛନ୍ତି। ଏକଥା କୋହଭରା କଣ୍ଠରେ କହିଛନ୍ତି ମଧୁସ୍ମିତା। ଦୁଇ ପିଲା ଘର ଦାୟିତ୍ବ ଅନେକ ସମୟରେ ବୁଝନ୍ତି।ଆଉ ସେ ପାଲଟିଛନ୍ତି ଶ୍ମଶାନର ଜାଗ୍ରତ ପ୍ରହରୀ ।

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଜଣେ ଗର୍ଭବତୀ ମା’ର କୋଭିଡ୍ କାହାଣୀ

Next Post

ସ୍ନେହ ଓ ଶ୍ରଦ୍ଧାର ପ୍ରତୀକ – ମୟୂର ଉପତ୍ୟକା

You might also like
ramjit-sanali-digitization
ଅସାଧାରଣ

ସାନ୍ତାଳି ଭାଷାର ଡିଜିଟାଇଜେସନରେ ସମର୍ପିତ ରାମଜିତ

3 Mins read
October 22, 2024

ଭାଷା କେବଳ ଏକ ଯୋଗାଯୋଗର ମାଧ୍ୟମ ନୁହେଁ; ଏହା ସଂସ୍କୃତି, ଆବେଗ, ଏବଂ ସାମୁଦାୟିକ ଇତିହାସର ମଧ୍ୟ ବାହକ। କିନ୍ତୁ କାଳଗର୍ଭରେ ଅନେକ ପୁରାତନ ଜନଜାତିଙ୍କ ଭାଷା ଧୀରେ ଧୀରେ ବିଲୁପ୍ତ ହେବାକୁ ଲାଗିଛି, ସେଥିପାଇଁ ସେଗୁଡ଼ିକୁ ସୁରକ୍ଷିତ ରଖିବାର ଆବଶ୍ୟକତା ବଢିଛି । ଏହାର ଗୁରୁତ୍ୱକୁ ଉପଲବ୍ଧି କରିପାରି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଗୋବିନ୍ଦପୁରର ୨୮ ବର୍ଷୀୟ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ରାମଜିତ ଟୁଡୁ ସାନ୍ତାଳି ଭାଷାକୁ ଡିଜିଟାଲ୍ ଯୁଗରେ ମଧ୍ୟ ବଂଚାଇ ରଖିବା ପାଇଁ …

gadget
ଅସାଧାରଣ

ଉଦ୍ଭାବନ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବାର ସଙ୍କଳ୍ପ ନେଇଛନ୍ତି ଆଶିଷ

1 Min read
October 8, 2024

ଜୀବନଟା କେତେ ଲମ୍ବା ହେବ ତା ଆମ ହାତରେ ନାହିଁ କିନ୍ତୁ ଜୀବନଟା କେମିତି ହେବ ତା ଆମ ହାତରେ ଅଛି । ଇଶ୍ୱରଙ୍କ ସୃଷ୍ଟିରେ ନିଜକୁ ଶ୍ରେଷ୍ଠ ବୋଲାଉଥିବାଆମେ ମଣିଷମାନେ ଆଜିର ଦିନରେ ନିଜ ସ୍ୱାର୍ଥ ସାଧନରେ ଲାଗିପଡ଼ିଛନ୍ତି । କ୍ୱଚିତ୍ ଲୋକ ଅଛନ୍ତି ଯେଉଁମାନେ ନିଜସହ ମଣିଷ ସମାଜର କଥା ଭାବନ୍ତି, ଆଉନିଜର ବଳିଷ୍ଠ ଯୋଗଦାନ ମାଧ୍ୟମରେ ଅନେକଙ୍କର ଜୀବନକୁ କରିଦିଅନ୍ତି ସହଜ । ଏମିତି ଜଣେ ବିକ୍ତିତ୍ୱ ହେଲେ ଆଶିଷ ମାହାନା, ପେଷାରେ ଜଣେ ଇଂଜିନିୟର ଭାବେ କାମ କରୁଥିବା ଆଶିଷଙ୍କ ନିଶା କିନ୍ତୁ ନୂଆ ନୂଆ ଉଦ୍ଭାବନ, ଯାହା ଅନ୍ୟରଜୀବନକୁ ସହଜ କରିବାରେ ସାହାଯ୍ୟ କରିବ । ପେଶାରେ ରହି ନିଜ ଉଦ୍ଭାବନ ପାଇଁ ଉପଯୁକ୍ତ ସମୟ ଦେଇନପାରିବାରୁ ଇଂଜିନିୟରିଂରୁ ସନ୍ୟାସ ନେଲେଆଷିଶ । ତାଙ୍କଦ୍ୱାରା ନିକଟରେ ପ୍ରସ୍ତୁତ ହୋଇଥିବା ସ୍ମାର୍ଟ ଷ୍ଟିକ୍ ଦୃଷ୍ଟିହୀନ ଲୋକଙ୍କ ପାଇଁ ବରଦାନ କହିଲେ ଅତ୍ୟୁ୍‌କ୍ତି ହେବନାହିଁ । ଏହାକୁ ଏମିତି ଭାବେଡ଼ିଜାଇନ୍ କରାଯାଇଛି ଯେ ଜଣେ ଦୃଷ୍ଟିହୀନ ଲୋକ ପାଇଁ ଏହା ଗାଇଡ଼୍ ଭଳି ସହାଯ୍ୟ କରିବ ଫଳରେ ଯିବାଆସିବା ପାଇଁ ଏମାନଙ୍କ ଆଉ ଅନ୍ୟ ଉପରେ ନିର୍ଭରକରିବାକୁ ପଡ଼ିବ ନାହିଁ । ପିଲାବେଳୁ ବିଜ୍ଞାନ ପ୍ରତି ମୋର ଅହେତୁକ ଆଗ୍ରହ ଥିଲା, ତେଣୁ ମୋ ପକେଟ୍‌ରେ ସବୁବେଳେ ଗୋଟେ ଟେଷ୍ଟର ଓ ସ୍କ୍ରୁ ଡ଼୍ରାଇଭର ରଖିବାକୁ ମୁଁ ପସନ୍ଦ କରୁଥିଲି ।ମୋତେ ମିଳୁଥିବା ପକେଟ୍ ମନିରୁ ମୁଁ ମୋଟର, ଫିତା, ତାର ଭଳି ଉପକରଣ ଆଣି ନୂଆ ନୂଆ ଉଦ୍ଭାବନ ପାଇଁ ଚେଷ୍ଟା କରୁଥିଲି । କମ୍ ଖର୍ଚ୍ଚରେ ଏହାକୁ ପ୍ରସ୍ତୃତକରିବାକୁ ବିଭିନ୍ନ ସ୍ଥାନରୁ ସଗୃହିତ ପୁରୁଣା ପାର୍ଟସ୍ ଗୁଡ଼ିକ ବ୍ୟବହାର କରେ, ଅନେକ ସମୟରେ ସଫଳ ମଧ୍ୟ ହୁଏ ବୋଲି ଆଶିଷ କୁହନ୍ତି । ୪୬ ବର୍ଷ ବୟଷ୍କ ଆଶିଷ ମାହାନା  ସମ୍ବଲପୁର ଜିଲ୍ଳା, ସଲଦ୍ ପଞ୍ଚାୟତ ଅର୍ନଗତ ନୂଆ ରାମ୍ପେଲା ଗାଁର ଅଧିବାସୀ । ଅପରେସନାଲ୍ ମେନେଜମେଣ୍ଟରେ ଏମବିଏ୍  କରିବା ସହ ଟେଲି କମ୍ୟୁନିକେସନ୍‌, ଇଲେକଟ୍ରୋନିକ୍ସ, କମ୍ପୁଟର ହାର୍ଡ଼ୱେୟାର ବିଷୟ ଗୁଡ଼ିକରେ ଡ଼ିପ୍ଲୋମା ମଧ୍ୟ କରିଛନ୍ତି । ହିଣ୍ଡାଲକୋ ଇଣ୍ଡଟ୍ରିଜ୍‌ରେ ଆସିଷ୍ଟାଣ୍ଡଇଂଜିନିୟର ଭାବେ ଉତ୍ତମ ବେତନରେ ଚାକିରି କରୁଥିଲେ ହେଁ ଦୃଷ୍ଟିହୀନ ଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ତଆରି କରିବାର ନିଶା ପାଇଁ ୨୦୨୩ ରେ ଚାକିରିରୁସନ୍ୟାସ ନେଇଥିଲେ ଆଶିଷ । ଆଉ ତାପରେ ନିଜ ଉଦ୍ଭାବନା ପାଇଁ ଅବିରତ ଚେଷ୍ଟାରେ ଲାଗିପଡ଼ିଛନ୍ତି ସେ । ଆଉ ପଳସ୍ୱରୁପ ତାଙ୍କର ସ୍ୱପ୍ନର ପ୍ରକଳ୍ପ ଦୃଷ୍ଟିହୀନଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ବନେଇବାରେ ସଫଳ ହୋଇଛନ୍ତି ସେ ।   ୨୦୦୯ ମସିହାର କଥା ମୁଁ ଯେତେବେଳେ ମୋ କାମରେ ବାହାରିଥାଏ ମୁଁ ଦେଖିବାକୁ ପାଇଲି ଜଣେ ଦୃଷ୍ଟିହୀନ ବ୍ୟକ୍ତି ରାସ୍ତା ପାରିହେବାକୁ ଅନେକ ସଂଘର୍ଷକରୁଛନ୍ତି ଯାହା ମୋତେ ଆନ୍ଦୋଳିତ କରିଥିଲା, ମୁଁ ତାଙ୍କୁ ରାସ୍ତା ପାର ହେବାରେ ସାହାଯ୍ୟ କଲି ସତ କିନ୍ତୁ ଏ ଘଟଣା ପରଠୁ ଦୃଷ୍ଟିହୀନ ଲୋକଙ୍କୁ ମୁଁ କେମିତିସାହାଯ୍ୟ କରିପାରିବି ସେ ପ୍ରଚେଷ୍ଟାରେ ଲାଗିପଡ଼ିଲି । ଆଉ ଫଳସ୍ୱରୁପ ଏକ ସ୍ମାର୍ଟ ସ୍ଟିକ୍ ତିଆରି କରିବାରେ ସଫଳ ହେଲି ଯାହା ଦୃଷ୍ଟହୀନ ଲୋକଙ୍କୁ ବିନାକାହାର ସାହାଯ୍ୟରେ ରାସ୍ତାରେ ଚଳପ୍ରଚଳ କରିବାକୁ ସାହାଯ୍ୟ କରିବ । ଏଇ ସ୍ମାର୍ଟ ଷ୍ଟିକ୍ ତିଆରି କରିସାରିବା ପରେ ମୁଁ ପ୍ରଥମେ ଏହାକୁ ନିଜ ସହରର ଜଣେଦୃଷ୍ଟିହୀନ ବ୍ୟକ୍ତିଙ୍କୁ ବ୍ୟବହାର ପାଇଁ ଦେଲି ଓ ତାଙ୍କ ମତାମତ ଆଧାରରେ ଏଥିରେ ପରିବର୍ତ୍ତନ କରି ଏଥିରେ ରହୁଥିବା ତ୍ରୃଟିକୁ ସଜାଡ଼ିଲି, ଏହା ଏବେ ବ୍ୟବହାରପାଇଁ ପୁରା ପ୍ରସ୍ତୃତ ବୋଲି ଆଶିଷ କୁହନ୍ତି । ଆଶିଷ ମାହାନା ଦୃଷ୍ଟିହୀନ ବ୍ୟକ୍ତିଙ୍କ ଚଳପ୍ରଚଳକୁ ସହଜ କରିବା ପାଇଁ ଉଭୟ ଇନ୍‌ଡ଼ୋର ଓ ଆଉଟ୍ ଡ଼ୋର୍ ଡ଼ିଭାଇସ୍ ପ୍ରସ୍ତୃତ କରିଛନ୍ତି । ଆଉଟ୍‌ଡ଼ୋର୍ ପାଇଁପ୍ରସ୍ତୃତ ହୋଇଥିବା ସ୍ମାର୍ଟ ସ୍ଟିକ୍‌ଟି ଜି.ପି.ଏସ୍ ଦ୍ୱାରା ପରିଚାଳିତ ଯାହା ୫ ଫୁଟ୍ ଦୁରରୁ ଆସୁଥିବା ବାଧା ବିଷୟରେ ସୁଚନା ଦେବ ଭାଇବ୍ରେସନ୍ ମାଧ୍ୟମରେ ।ସେହିଭଳି ଇନ୍‌ଡ଼ୋର୍‌ରେ ମଧ୍ୟ ଏକ ମଲ୍ଟି ସେନ୍ସର ଡ଼ିଭାଇସ୍ ପ୍ରସ୍ତୃତ ହୋଇଛି ଯାହା ଦୃଷ୍ଟିହୀନ ବ୍ୟକ୍ତିଙ୍କ ସୁରକ୍ଷିତ ଚଳପ୍ରଚଳ ପାଇଁ ବିଶେଷ ଭାବରେ ସାହାଯ୍ୟକରିବ  ଏବଂ କବାଟ ଓ ଝରକା ଥିବା ସ୍ଥାନ ସମ୍ପର୍କରେ ସୁଚନା ଦେବ । ମାହାନାଙ୍କର ଏଇ ଉଦ୍ଭାବନ ସମ୍ବଲପୁର ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ସତପଥିଙ୍କ ଦୃଷ୍ଟି ଆକର୍ଷଣ କଲା ସେ ମଧ୍ୟ ଏଇ ପ୍ରଚେଷ୍ଟାକୁ ବେଶ୍ ପ୍ରଶଂସାକରିଛନ୍ତି । ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ କାର୍ଯ୍ୟାଳୟ ଏଇ ପାଇଲଟ୍ ପ୍ରକଳ୍ପକୁ ଅନୁମୋଦନ କରିଛି ଫଳରେ ଏହାକୁ ସ୍ଥାନୀୟ ବିଦ୍ୟାଳୟର୧୦ ଜଣ ଛାତ୍ରଙ୍କୁ ଏଇ ଷ୍ଟିକ୍ ପ୍ରଦାନ କରାଯାଇଛି, ଯାହାର ଫଳାଫଳ ଭଲ ଆସିଲେ ଆଗାମୀ ଦିନମାନଙ୍କରେ ଏହାର ବ୍ୟାପକ ବ୍ୟବହାର ପାଇଁ ଚିନ୍ତାକରାଯାଇପାରିବ । ରାଜ୍ୟର ପ୍ରଥମ ଦୃଷ୍ଟିହୀନ ଓଏସ୍  ଅଫିସର ସଞ୍ଜୟ ବେହେରା ଏହାକୁ ବ୍ୟବହାର କରି ଖୁସୀଥିବା କଥା ତାଙ୍କ ଟ୍ୱିଟରରେ ପ୍ରକାଶ କରିଛନ୍ତି । ପ୍ରତିଦିନ ମୁଁ ଉଦ୍ଭାବନ ଗୁଡ଼ିକର ବିକାଶ ପାଇଁ କାମକରେ, ଆଗକୁ ମୋର ଲକ୍ଷ୍ୟ ରହିଛି ପତିରକ୍ଷା,ଅନୁସନ୍ଦାନ ସଂସ୍ଥା ଡ଼ିଆରଡ଼ିଓ ସହ କାମକରିବି ଫଳରେଦେଶପାଇଁ ମୁଁ କିଛି ଯୋଗଦାନ ଦେଇପାରିବି ବୋଲି ଆଶିଷ କୁହନ୍ତି ।   ୧୯୯୨ ମସିହାରୁ ଆଶିଷ ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଉଦ୍ଭାବନ ଯାହା ଲୋକଙ୍କ ହିତରେ ଲାଗିସାରିଛି ଓ ଏହାପାଇଁ ତାଙ୍କୁ ଅନେକଥର ସମ୍ମାନିତ ମଧ୍ୟ କରାଯାଇଛି। ଏବେ ସେ ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ତାଙ୍କୁ ନିମନ୍ତ୍ରଣ ଆସୁଛି ଫଳରେ ସେ ତାଙ୍କ ଉଦ୍ଭାବନ ସମ୍ପର୍କରେ ପିଲାଙ୍କୁ ସଚେତନ ମଧ୍ୟ କରୁଛନ୍ତି । ସମାଜ ପାଇଁତାଙ୍କର ଏଇ ଉଦ୍ଭାବନ ସବୁଯେ ବେଶ୍ ସହାୟକ ଏଥିରେ ସନ୍ଦେହର ଅବକାଶ ନାହିଁ । ଆଶିଷ ମାହାନାଙ୍କୁ ଆମ ତରଫରୁ ଅନେକ ଅନେକ ସାଧୁବାଦ ।  

kamala-pujari
ଅସାଧାରଣ

ଜୈବିକ କୃଷିରେ ଅବଦାନ ପାଇଁ ସର୍ବଦା ମନେ ରହିବେ କମଳା ପୂଜାରୀ

3 Mins read
July 27, 2024

୨୦ ଜୁଲାଇ ୨୦୨୪ , ୭୬ ବର୍ଷର ଘଟଣା ବହୁଳ ଜୀବନଯାତ୍ରା ସାରି କମଳା ମା’ ଚାଲିଗଲେ ଆରପାରିକୁ, କିନ୍ତୁ ପଛରେ ଛାଡି ଦେଇଯାଇଛନ୍ତି ଜୈବିକ କୃଷିକୁ ନେଇ ଭବିଷ୍ୟତ ପିଢୀ ପାଇଁ ଅଜସ୍ର ପ୍ରେରଣା । ତାଙ୍କ ଗ୍ରାମ ପାତ୍ରପୁଟ ଆଜି ନିରବି ଯାଇଛି । ତାଙ୍କ ବିୟୋଗରେ ଗ୍ରାମବାସୀ କାନ୍ଦି ଉଠିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ବୟସାଧିକ କାରଣରୁ କିଡନୀ ଜନିତ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ । ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ …

As DAMaN (an odia featured movie) is outpacing the As DAMaN (an odia featured movie) is outpacing the state's boundary and touching everyone's heart with its fresh yet down-to-earth content, Inspiring Odisha is admirably doing some effort to focus on the brain behind it.Meet Debi Prasad Lenka, the movie director, and writer who showed the guts to experiment with something new in odia regional cinema and set an example for everyone.This new series of INSPIRING, TALKS will narrate the inspiring journey of this young director and what other aspirants can learn from his experience!Stay tuned... Tap the link.https://www.youtube.com/watch?v=_gUgr_dedKw#debiprasadlenka #damanmovie #VishalMourya #PresidentOfIndia #NarendraModi #CMOdisha #ollywoodindustry #ftii #babushanmohanty #dependrasamal #odiacinema
Blindness is not an inefficacy. This fact is prove Blindness is not an inefficacy. This fact is proven by 23-year-old Soundarya Kumar Pradhan of Boden in the Sambalpur district of Odisha over and over again in his life. This international chess player withstood each obstacle with courage and excelled both in his academics and career with shining colors.Learn more about this young talent of Odisha. Click the link below: Soundarya Pradhan Prachurya PradhanPM Narendra Modi Naveen Patnaik #vishwanathananad #sportsministryofindiaLink to the whole story: https://inspiringodisha.com/blind-chess-player-soundarya/
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
"The Bloodman of Odisha" Dhirendra Thakur of Bhuba "The Bloodman of Odisha"Dhirendra Thakur of Bhubaneswar is saving people's lives irrespective of time and place. He not only donates blood but avails all kinds of possible help to the needy 24x7. His selfless effort is really an inspiration for all of us.😇#DOANTEBLOODSAVELIFE https://inspiringodisha.com/blood-man-of-odisha/
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
A doctor of VIMSAR is consulting and prescribing m A doctor of VIMSAR is consulting and prescribing medicine to poor patients at just Rs 1 in his '1 rupee clinic' in Burla in the Bargarh district of Odisha. Amongst several philanthropic works, Dr Shankar Ramchandani has also adopted 53 families and taken care of their education and health.Read more about this doctor b clicking the link below.,#1RupeeClinic #drshankarramchandani #VIMSAR #FreeMedicalService #PMOIndia #CMOdisha #healthministerofindiahttps://inspiringodisha.com/a-doctor-who-takes-only-1-rupee-fee/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies