• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ

ପ୍ୟାଡ଼୍‌ଗାର୍ଲ ପାୟଲ

No Comments
December 20, 2023
3 Mins read
316 Views
pad-woman

ଅନ୍ଧବିଶ୍ୱାସ ଆମ ସମାଜ ପାଇଁ ଏକ ବ୍ୟାଧି ସଦୃଶ । ବିଶେଷକରି ଗାଁ ଗହଳିରେ ବସବାସ କରୁଥିବା ଲୋକମାନେ ସଚେତନତା ଅଭାବରୁ ଏଇ ଅନ୍ଧବିଶ୍ୱାସରେ ଅଧିକ କବଳିତ ହୁଅନ୍ତି । ଉଦାହରଣ ସ୍ୱରୁପ ମାସିକ ରୁତୁସ୍ରାବ ଯାହା ମହିଳା ମାନଙ୍କର ଏକ ସାଧାରଣ ପ୍ରକ୍ରିୟା,ହେଲ ସଚେତନା ଅଭାବରୁ ଏହାକୁ କେତେକେ ଆଜିବି ବ୍ୟାଧିବୋଲି ଭାବନ୍ତି । ମାସିକ ରୁତୁସ୍ରାବ ସମୟରେ ମହିଳା ମାନଙ୍କୁ ଛୁଆ, ଛୁଇଁ ଠୁ ନେଇ ବାରଣ ଥାଏ ଅନେକ କିଛି । ମୋଟାମୋଟି ଭାବେ କହିବାକୁ ଗଲେ ରୁତୁସ୍ରାବ ସମୟରେ ମହିଳାମାନଙ୍କୁ ସମାଜରୁ ବାଛନ୍ଦ କଲାଭଳି ମନେହୁଏ । କେହି ଏ ବିଷୟରେ ଖୋଲାଖୋଲି ଆଲୋଚନା କରିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ ଫଳସ୍ୱରୁପ ସଚେତନତା ଅଭାବରୁ ମାସିକ ରୁତୁସ୍ରାବ ସମୟରେ ଉଚିତ୍ ସାନିଟାରୀ ପ୍ୟାଡ଼୍ ବ୍ୟବହର ନକରି ଅନେକ ମହିଳା ସର୍ବାଇକାଲ କ୍ୟାନସର ଭଳି ଆନକ ମାରାତ୍ମକ ରୋଗର ଶିକାର ହୁଅନ୍ତି ।

ରୁତୁସ୍ରାବ ଜନିତ ସଚେତନତାକୁ ଉପଲବ୍ଧିକରି ଲୋକଙ୍କୁ ସଚେତନ କରିବାରେ ଲାଗିପଡ଼ିଛନ୍ତି ପାୟଲ ପଟେଲ୍ । ଝାରସୁଗୁଡ଼ା ଜିଲ୍ଲା ବାଗଡ଼ିହି ବ୍ଲକ ରଙ୍ଗିଆଯିକିର ଗାଁର ବାସିନ୍ଦା ପାୟଲ ଲୋକଙ୍କ ମନରୁ ରୁତୁସ୍ରାବ ଜନିତ ଅନ୍ଦବିଶ୍ୱାସକୁ ଦୁରାଇବା ସହ ରୁତୁସ୍ରାବ ସମୟରେ ପ୍ୟାଡ଼୍‌ର ବ୍ୟବହାର ଓ ବ୍ୟକ୍ତିଗତ ସ୍ୱଚ୍ଛତା ବିଷୟରେ ମହିଳାମାନଙ୍କୁ କରୁଛନ୍ତି ସଚେତନ । ପ୍ରଶାନ୍ତ ପଟେଲ ଓ ସବିତା ପଟେଲଙ୍କ ବଡ଼ଝିଅ ପାୟଲ ଅଳ୍ପବୟସରୁ ନିଜ ବାପାଙ୍କୁ ହରାଇଥିଲେ । କ୍ୟାନସରରେ ପିଡ଼ିତ ବାପାଙ୍କ ବିୟୋଗ ପରେ ଘରର ଭରଣ ପୋଷଣରେ ସହଯୋଗ କରିବା ପାଇଁ ପାୟଲ୍ ନିଜର ଏକ ବ୍ୟବସାୟ ଆରମ୍ଭ କରିବାର ନଷ୍ପତ୍ତି ନେଲେ । ହେଲେ ସେତେବେଳକୁ ତାଙ୍କୁ ମାତ୍ର ୧୭ ବର୍ଷ, ପରିବାର ସହ ବିଚାର ବିମର୍ଶ କଲାପରେ ନିଜ ଅଞ୍ଚଳରେ ଏକ ସାନିଟାରୀ ପ୍ୟାଡ଼୍ ଉତ୍ପାଦନ ୟୁନିଟ୍ ଖୋଲିବାର ନିଷ୍ପତ୍ତି ନେଲେ ।

ଏକ ନିମ୍ନ ମଧ୍ୟବିତ୍ତ ପରିବାରର ଝିଅ ପାୟଲଙ୍କ ପକ୍ଷେ କିନ୍ତୁ ଏତେଟା ସହଜ ନଥିଲା ସାନିଟାରୀ ପ୍ୟାଡ଼୍ ଉତ୍ପାଦନ ୟୁନିଟ୍ ଖୋଲିବା ଅର୍ଥାଭାବରୁ ନିଜ ବିଲରେ ଚାଷକାମ କରି ନିଜ ପରିବାରକୁ ସହଯୋଗ କରିବା ସହ ଏଥିରୁ ଉପାର୍ଜିତ ଅର୍ଥରେ ଯୁକ୍ତ ତିନି ଶିକ୍ଷା ସମାପ୍ତ କଲେ । ଏହାପରେ ଭାରତ ସରକାରଙ୍କ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯକ୍ରମରେ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ୍ ନେଇ ସାନିଟାରୀ ପ୍ୟାଡ଼ ତିଆରି ଶିଖିଲେ । ଏହାପରେ ମୁମ୍ବାଇ ଯାଇ ନୂତନ ଜ୍ଞାନ କୌଷଳର କିପରି ଅଳ୍ପ ଖର୍ଚ୍ଚରେ ଉତ୍ତମ ଗୁଣବର୍ତ୍ତା ବିଶିଷ୍ଟ ସାନିଟାରୀ ପ୍ୟାଡ଼୍ ତିଆରି ବିଷୟରେ ଶିଖିଲେ । ଆଉ ତା ପରଠୁ ନିଜେ ସ୍ୱାବାଲମ୍ବୀ ହେବା ସହ ଆଖପାଖର ମହିଳା ମାନଙ୍କ ସହ ସେମାନଙ୍କ ପରିବାର ଲୋକଙ୍କୁ ସଚେତନ କରିବା ଥିଲା ତାଙ୍କଲକ୍ଷ୍ୟ । ରୁତୁସ୍ରାବ ଯେ ଏକ ଏକ ପ୍ରାକୃତିକ ପ୍ରକ୍ରିୟା , ଏଥିରେ ଛୁଆ ଅଛୁଆଁ ମନୋଭାବକୁ ବଦଳାଇବା ପାଇଁ ଲୋକଙ୍କୁ କରିଚାଲିଲେ ସଚେତନ । ଏହାସହ ରୁତୁସ୍ରାବ ସମୟରେ କପଡ଼ା କି ଅନ୍ୟ ଅପରିସ୍କାର ବସ୍ତୁ ବଦଳରେ ସାନିଟାରୀ ପ୍ୟାଡର ବ୍ୟବହାର ସମ୍ପର୍କରେ ବୁଝାଇଲେ ।

“ମୁଁ ମହିଳା ମାନଙ୍କୁ ବୁଝାଉଛି ରୁତୁସ୍ରାବ ଏକ ସାଧାରଣ ପ୍ରକ୍ରିୟା, ଏ ସମୟରେ ମହିଳାଟି ଅସୁଦ୍ଧ ହୋଇଯାଏନି ଯାହା ସାଧାରଣତଃ ଲୋକମାନେ ଭାବନ୍ତି । ମୁଁ ଛୋଟ ଛୋଟ ଗୋଷ୍ଠୀ ଓ ସ୍କୁଲ ମାନଙ୍କୁ ଯାଇ ମହିଳା ଓ ଝିଅମାନଙ୍କୁ ସାନିଟାରୀ ପ୍ୟାଡ ବ୍ୟବହାରର ଲାଭ ବିଷୟରେ ଅବଗତ କରାଉଛି । କପଡ଼ା କି ଅନ୍ୟ ପଦାର୍ଥ ବ୍ୟବହାର ନ କରିବାକୁ ଗାଁର ମହିଳା ଓ ଝିଅମାନଙ୍କୁ ପରାମର୍ଶ ଦେବାସହ ଏହା ଜମା ଏକ ଲାଜକଥା ନୁହେଁ ବୋଲି ବୁଝାଉଛି । ରୁତୁସ୍ରାବ ସମୟରେ ମହିଳା ମାନଙ୍କର ପରିଷ୍କାର ପରିଛନ୍ନତା ସହ ସେମାନଙ୍କର ଉପଯୁକ୍ତ ପୋଷଣ ସମ୍ବନ୍ଦରେ ସୁଚନା ଦିଏ ଓ ସେମାନଙ୍କୁ ଏମିତି କରିବାକୁ ଉତ୍ସାହିତ କରେ । ଆମ ଝାରସୁଗୁଡ଼ା ସହ ସମ୍ବଲପୁର,ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲା ମାନଙ୍କରେ ଲୋକଙ୍କୁ ସଚେତନ କରାଉଛି ଓ ଅନୁକୁଳ ପ୍ରତିକ୍ରିୟା ମଧ୍ୟ ପାଉଛି” କୁହନ୍ତି ପାୟଲ ପଟେଲ ।

ମେଁ ୨୮, ୨୦୧୭ ରେ ଝାରସୁଗୁଡ଼ାର ବରପାନରେ ‘ପ୍ରଶାନ୍ତ ଏଣ୍ଟରପ୍ରାଇଜେସ୍‌‘ନାଁରେ ଏକ ସାନିଟାରୀ ପ୍ୟାଡ଼ ୟୁନିଟ୍ ଖୋଲିଲେ ପାୟଲ । ବ୍ୟାଙ୍କରୁ ଲୋନ ନେଇ ଖୋଲିଥିବା ଏ ୟୁନିଟ୍‌ରେ କେମିତି ଅଳ୍ପମୁଲ୍ୟରେ ମହିଳା ମାନଙ୍କୁ ସାନିଟାରୀ ପ୍ୟାଡ଼୍ ଯୋଗାଇ ଦେଇହେବ ତାକୁ ଦେଲେ ପ୍ରାମିକତା । ଫଳସ୍ୱରୁପ ମାତ୍ର ୨୫ ଟଙ୍କାରେ ୮ ଗୋଟି ପ୍ୟାଡ଼ ବିଶିଷ୍ଟ ସାନିଟାରୀ ପ୍ୟାଡ଼ ପ୍ୟାକେଟ୍ ପ୍ରସୃତ ସମ୍ଭବ ହେଲା । ଏହାକୁ ପାୟଲ ଆୟୋଜନ କରୁଥିବା ସଚେତନତା କାର୍ଯ୍ୟକ୍ରମ ମାନଙ୍କରେ ମହିଳା ମାନଙ୍କୁ ଯୋଗାଇ ଦିଅନ୍ତି ।

ସବୁଠାରୁ ଭଲକଥା ହେଲା “ପାୟଲ ପ୍ୟାଡ଼୍‌” ବ୍ରାଣ୍ଡ ନାଁରେ ନାମିତ ଏଇ ପ୍ୟାଡ଼୍ ଗୁ୍‌ଡ଼କ ବାୟୋ ଡ଼ିଗ୍ରେଡ଼େବଲକ୍ର୍ ମାନେ ଏହା ଅତି ସହଜରେ ମାଟିରେ ମିଶିଯାଇପାରିବ । ଏହାସହ ଅନ୍ୟଏକ ପ୍ରକାରର ପ୍ୟାଡ଼୍ ଯାହା ପୁନଃର୍ବାର ମଧ୍ୟ ବ୍ୟବହାର କରାଯାଇପାରିବ ତାହାମଧ୍ୟ ପ୍ରସୃତ କରୁଛି ପାୟଲ ପ୍ୟାଡ଼୍‌, ଏହାକୁ ୫ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୨୦୦ ଥର ଧୁଆଯାଇ ବ୍ୟବହାର କରିହେବ । ଏହାକୁ ସ୍ଥାନୀୟ ତଥା ଆଖପାଖ ଅଞ୍ଚଳର ମହିଳା ମାନଙ୍କ ପାଖରେ ସୁଲଭ ମୁଲ୍ୟରେ ପହଞ୍ଚାଇବା ସହ ତାଙ୍କୁ ପ୍ୟାଡ୍ ବ୍ୟବହାର ଉପକାରିତା ସମ୍ପର୍କରେ ସଚେତନ କରାଇବାରେ ସଦା ତତ୍ପର ପାୟଲ । ନିଜେ ଆତ୍ମନିର୍ଭର ହେବାସହ ଆଖପାଖର ମହିଳାମାନଙ୍କୁ ମଧ୍ୟ ନିଜର ପ୍ୟାଡ଼୍ ୟୁନିଟରେ ନିଯୁକ୍ତି ଦେଇଛନ୍ତି ପାୟଲ । ଫଳରେ ଏବେ ସ୍ଥାନୀୟ ଅଞ୍ଚଳ ପାଇଁ ଆଦର୍ଶ ପାଟଲିଛନ୍ତି ପାୟଲ ପଟେଲ ।

“ମୋର ଲକ୍ଷ୍ୟ ଅମ ରାଜ୍ୟର ସବୁ ଜିଲ୍ଲାରେ ଏମିଡ଼ି ପ୍ୟାଡ଼୍ ଉତ୍ପାଦନ ୟୁନିଟ୍ ଖୋଲିବି ଆଉ ସଚେତନତାର ବାର୍ତ୍ତା ବାଣ୍ଟିବି । ଏହାଫଳରେ ମହିଳାମାନେ ସଚେତନ ହେବା ସହ ହୋଇପାରିବେ ଆତ୍ମନିର୍ଭର । ମୁଁ ଚାହୁଁଚି ଗାଁର ଅଧିକରୁ ଅଧିକ ମହିଳା ଓ ସ୍ୱୟଂସହାୟକ ଗୋଷ୍ଠିର ମହିଳାମାନେ ମୋ ସହ ଯୋଡ଼ିହୁଅନ୍ତୁ ଓ ନିଜ ଅଞ୍ଚଳର ମହିଳାମାନଙ୍କୁ ସଚେତନ କରାନ୍ତୁ । ଏହା ଏବେ ଆଉ ଏକ ଲାଜକଥା ହୋଇ ରହିନାହିଁ ମହିଳା ମାନଙ୍କ ମାସିକ ରୁତୁସ୍ରାବ ବିଷୟରେ ସେମାନେ ଖୋଲାଭାବରେ ଆଲୋଚନା କରିବା ଉଚିତ । ବିଶେଷକରି ଗାଁରେ ବସବାସ କରୁଥିବା ମହିଳାମାନେ ରୁତୁସ୍ରାବ ଜନିତ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇ ଏକ ସୁସ୍ଥ ଜୀବନ ବଞ୍ଚନ୍ତୁ” କୁହନ୍ତି ପାୟଲ ପଟେଲ ।

ଏ ସଫଳତାର ଏ ଯାତ୍ରାରେ ନିଜ ମାଙ୍କର ପ୍ରଛନ୍ନ ହାତ ଥିବା ପାୟଲ କୁହନ୍ତି । ନିଜର ନିଷ୍ଠାପର ଉଦ୍ୟମ ବଳରେ ମହିଳାମାନଙ୍କୁ ସଚେତନ କରାଇ ପାୟଲ ସମାଜରେ ଯେଉଁ ପରିବର୍ତ୍ତନ ଆଣିଛନ୍ତି ତାକୁ ସମ୍ମାନ ଜଣାଇ ତାଙ୍କୁ ୨୦୧୮ ମସିହାରେ ପ୍ରେରଣା ଆୱାର୍ଡ଼ ଓ ୨୦୧୯ ମସିହାରେ ଓଜସ୍ୱିନି ଆୱାର୍ଡ଼ରେ ସମ୍ମାନିତ କରାଯାଇଛି । ପାୟଲଙ୍କର ଏ ପ୍ରୟାସକୁ ଆମ ତରଫରୁ ଅନେକ ଅନେକ ସାଧୁବାଦ ।

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଆଜାଦବାଣୀ – କଏଦୀମାନଙ୍କର ସ୍ୱର

Next Post

ବିଲୁପ୍ତପ୍ରାୟ କୃଷ୍ଣସାର ମୃଗଙ୍କ ସୁରକ୍ଷାରେ ଅମୂଲ୍ୟ

You might also like
ramjit-sanali-digitization
ଅସାଧାରଣ

ସାନ୍ତାଳି ଭାଷାର ଡିଜିଟାଇଜେସନରେ ସମର୍ପିତ ରାମଜିତ

3 Mins read
October 22, 2024

ଭାଷା କେବଳ ଏକ ଯୋଗାଯୋଗର ମାଧ୍ୟମ ନୁହେଁ; ଏହା ସଂସ୍କୃତି, ଆବେଗ, ଏବଂ ସାମୁଦାୟିକ ଇତିହାସର ମଧ୍ୟ ବାହକ। କିନ୍ତୁ କାଳଗର୍ଭରେ ଅନେକ ପୁରାତନ ଜନଜାତିଙ୍କ ଭାଷା ଧୀରେ ଧୀରେ ବିଲୁପ୍ତ ହେବାକୁ ଲାଗିଛି, ସେଥିପାଇଁ ସେଗୁଡ଼ିକୁ ସୁରକ୍ଷିତ ରଖିବାର ଆବଶ୍ୟକତା ବଢିଛି । ଏହାର ଗୁରୁତ୍ୱକୁ ଉପଲବ୍ଧି କରିପାରି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଗୋବିନ୍ଦପୁରର ୨୮ ବର୍ଷୀୟ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ରାମଜିତ ଟୁଡୁ ସାନ୍ତାଳି ଭାଷାକୁ ଡିଜିଟାଲ୍ ଯୁଗରେ ମଧ୍ୟ ବଂଚାଇ ରଖିବା ପାଇଁ …

gadget
ଅସାଧାରଣ

ଉଦ୍ଭାବନ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବାର ସଙ୍କଳ୍ପ ନେଇଛନ୍ତି ଆଶିଷ

1 Min read
October 8, 2024

ଜୀବନଟା କେତେ ଲମ୍ବା ହେବ ତା ଆମ ହାତରେ ନାହିଁ କିନ୍ତୁ ଜୀବନଟା କେମିତି ହେବ ତା ଆମ ହାତରେ ଅଛି । ଇଶ୍ୱରଙ୍କ ସୃଷ୍ଟିରେ ନିଜକୁ ଶ୍ରେଷ୍ଠ ବୋଲାଉଥିବାଆମେ ମଣିଷମାନେ ଆଜିର ଦିନରେ ନିଜ ସ୍ୱାର୍ଥ ସାଧନରେ ଲାଗିପଡ଼ିଛନ୍ତି । କ୍ୱଚିତ୍ ଲୋକ ଅଛନ୍ତି ଯେଉଁମାନେ ନିଜସହ ମଣିଷ ସମାଜର କଥା ଭାବନ୍ତି, ଆଉନିଜର ବଳିଷ୍ଠ ଯୋଗଦାନ ମାଧ୍ୟମରେ ଅନେକଙ୍କର ଜୀବନକୁ କରିଦିଅନ୍ତି ସହଜ । ଏମିତି ଜଣେ ବିକ୍ତିତ୍ୱ ହେଲେ ଆଶିଷ ମାହାନା, ପେଷାରେ ଜଣେ ଇଂଜିନିୟର ଭାବେ କାମ କରୁଥିବା ଆଶିଷଙ୍କ ନିଶା କିନ୍ତୁ ନୂଆ ନୂଆ ଉଦ୍ଭାବନ, ଯାହା ଅନ୍ୟରଜୀବନକୁ ସହଜ କରିବାରେ ସାହାଯ୍ୟ କରିବ । ପେଶାରେ ରହି ନିଜ ଉଦ୍ଭାବନ ପାଇଁ ଉପଯୁକ୍ତ ସମୟ ଦେଇନପାରିବାରୁ ଇଂଜିନିୟରିଂରୁ ସନ୍ୟାସ ନେଲେଆଷିଶ । ତାଙ୍କଦ୍ୱାରା ନିକଟରେ ପ୍ରସ୍ତୁତ ହୋଇଥିବା ସ୍ମାର୍ଟ ଷ୍ଟିକ୍ ଦୃଷ୍ଟିହୀନ ଲୋକଙ୍କ ପାଇଁ ବରଦାନ କହିଲେ ଅତ୍ୟୁ୍‌କ୍ତି ହେବନାହିଁ । ଏହାକୁ ଏମିତି ଭାବେଡ଼ିଜାଇନ୍ କରାଯାଇଛି ଯେ ଜଣେ ଦୃଷ୍ଟିହୀନ ଲୋକ ପାଇଁ ଏହା ଗାଇଡ଼୍ ଭଳି ସହାଯ୍ୟ କରିବ ଫଳରେ ଯିବାଆସିବା ପାଇଁ ଏମାନଙ୍କ ଆଉ ଅନ୍ୟ ଉପରେ ନିର୍ଭରକରିବାକୁ ପଡ଼ିବ ନାହିଁ । ପିଲାବେଳୁ ବିଜ୍ଞାନ ପ୍ରତି ମୋର ଅହେତୁକ ଆଗ୍ରହ ଥିଲା, ତେଣୁ ମୋ ପକେଟ୍‌ରେ ସବୁବେଳେ ଗୋଟେ ଟେଷ୍ଟର ଓ ସ୍କ୍ରୁ ଡ଼୍ରାଇଭର ରଖିବାକୁ ମୁଁ ପସନ୍ଦ କରୁଥିଲି ।ମୋତେ ମିଳୁଥିବା ପକେଟ୍ ମନିରୁ ମୁଁ ମୋଟର, ଫିତା, ତାର ଭଳି ଉପକରଣ ଆଣି ନୂଆ ନୂଆ ଉଦ୍ଭାବନ ପାଇଁ ଚେଷ୍ଟା କରୁଥିଲି । କମ୍ ଖର୍ଚ୍ଚରେ ଏହାକୁ ପ୍ରସ୍ତୃତକରିବାକୁ ବିଭିନ୍ନ ସ୍ଥାନରୁ ସଗୃହିତ ପୁରୁଣା ପାର୍ଟସ୍ ଗୁଡ଼ିକ ବ୍ୟବହାର କରେ, ଅନେକ ସମୟରେ ସଫଳ ମଧ୍ୟ ହୁଏ ବୋଲି ଆଶିଷ କୁହନ୍ତି । ୪୬ ବର୍ଷ ବୟଷ୍କ ଆଶିଷ ମାହାନା  ସମ୍ବଲପୁର ଜିଲ୍ଳା, ସଲଦ୍ ପଞ୍ଚାୟତ ଅର୍ନଗତ ନୂଆ ରାମ୍ପେଲା ଗାଁର ଅଧିବାସୀ । ଅପରେସନାଲ୍ ମେନେଜମେଣ୍ଟରେ ଏମବିଏ୍  କରିବା ସହ ଟେଲି କମ୍ୟୁନିକେସନ୍‌, ଇଲେକଟ୍ରୋନିକ୍ସ, କମ୍ପୁଟର ହାର୍ଡ଼ୱେୟାର ବିଷୟ ଗୁଡ଼ିକରେ ଡ଼ିପ୍ଲୋମା ମଧ୍ୟ କରିଛନ୍ତି । ହିଣ୍ଡାଲକୋ ଇଣ୍ଡଟ୍ରିଜ୍‌ରେ ଆସିଷ୍ଟାଣ୍ଡଇଂଜିନିୟର ଭାବେ ଉତ୍ତମ ବେତନରେ ଚାକିରି କରୁଥିଲେ ହେଁ ଦୃଷ୍ଟିହୀନ ଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ତଆରି କରିବାର ନିଶା ପାଇଁ ୨୦୨୩ ରେ ଚାକିରିରୁସନ୍ୟାସ ନେଇଥିଲେ ଆଶିଷ । ଆଉ ତାପରେ ନିଜ ଉଦ୍ଭାବନା ପାଇଁ ଅବିରତ ଚେଷ୍ଟାରେ ଲାଗିପଡ଼ିଛନ୍ତି ସେ । ଆଉ ପଳସ୍ୱରୁପ ତାଙ୍କର ସ୍ୱପ୍ନର ପ୍ରକଳ୍ପ ଦୃଷ୍ଟିହୀନଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ବନେଇବାରେ ସଫଳ ହୋଇଛନ୍ତି ସେ ।   ୨୦୦୯ ମସିହାର କଥା ମୁଁ ଯେତେବେଳେ ମୋ କାମରେ ବାହାରିଥାଏ ମୁଁ ଦେଖିବାକୁ ପାଇଲି ଜଣେ ଦୃଷ୍ଟିହୀନ ବ୍ୟକ୍ତି ରାସ୍ତା ପାରିହେବାକୁ ଅନେକ ସଂଘର୍ଷକରୁଛନ୍ତି ଯାହା ମୋତେ ଆନ୍ଦୋଳିତ କରିଥିଲା, ମୁଁ ତାଙ୍କୁ ରାସ୍ତା ପାର ହେବାରେ ସାହାଯ୍ୟ କଲି ସତ କିନ୍ତୁ ଏ ଘଟଣା ପରଠୁ ଦୃଷ୍ଟିହୀନ ଲୋକଙ୍କୁ ମୁଁ କେମିତିସାହାଯ୍ୟ କରିପାରିବି ସେ ପ୍ରଚେଷ୍ଟାରେ ଲାଗିପଡ଼ିଲି । ଆଉ ଫଳସ୍ୱରୁପ ଏକ ସ୍ମାର୍ଟ ସ୍ଟିକ୍ ତିଆରି କରିବାରେ ସଫଳ ହେଲି ଯାହା ଦୃଷ୍ଟହୀନ ଲୋକଙ୍କୁ ବିନାକାହାର ସାହାଯ୍ୟରେ ରାସ୍ତାରେ ଚଳପ୍ରଚଳ କରିବାକୁ ସାହାଯ୍ୟ କରିବ । ଏଇ ସ୍ମାର୍ଟ ଷ୍ଟିକ୍ ତିଆରି କରିସାରିବା ପରେ ମୁଁ ପ୍ରଥମେ ଏହାକୁ ନିଜ ସହରର ଜଣେଦୃଷ୍ଟିହୀନ ବ୍ୟକ୍ତିଙ୍କୁ ବ୍ୟବହାର ପାଇଁ ଦେଲି ଓ ତାଙ୍କ ମତାମତ ଆଧାରରେ ଏଥିରେ ପରିବର୍ତ୍ତନ କରି ଏଥିରେ ରହୁଥିବା ତ୍ରୃଟିକୁ ସଜାଡ଼ିଲି, ଏହା ଏବେ ବ୍ୟବହାରପାଇଁ ପୁରା ପ୍ରସ୍ତୃତ ବୋଲି ଆଶିଷ କୁହନ୍ତି । ଆଶିଷ ମାହାନା ଦୃଷ୍ଟିହୀନ ବ୍ୟକ୍ତିଙ୍କ ଚଳପ୍ରଚଳକୁ ସହଜ କରିବା ପାଇଁ ଉଭୟ ଇନ୍‌ଡ଼ୋର ଓ ଆଉଟ୍ ଡ଼ୋର୍ ଡ଼ିଭାଇସ୍ ପ୍ରସ୍ତୃତ କରିଛନ୍ତି । ଆଉଟ୍‌ଡ଼ୋର୍ ପାଇଁପ୍ରସ୍ତୃତ ହୋଇଥିବା ସ୍ମାର୍ଟ ସ୍ଟିକ୍‌ଟି ଜି.ପି.ଏସ୍ ଦ୍ୱାରା ପରିଚାଳିତ ଯାହା ୫ ଫୁଟ୍ ଦୁରରୁ ଆସୁଥିବା ବାଧା ବିଷୟରେ ସୁଚନା ଦେବ ଭାଇବ୍ରେସନ୍ ମାଧ୍ୟମରେ ।ସେହିଭଳି ଇନ୍‌ଡ଼ୋର୍‌ରେ ମଧ୍ୟ ଏକ ମଲ୍ଟି ସେନ୍ସର ଡ଼ିଭାଇସ୍ ପ୍ରସ୍ତୃତ ହୋଇଛି ଯାହା ଦୃଷ୍ଟିହୀନ ବ୍ୟକ୍ତିଙ୍କ ସୁରକ୍ଷିତ ଚଳପ୍ରଚଳ ପାଇଁ ବିଶେଷ ଭାବରେ ସାହାଯ୍ୟକରିବ  ଏବଂ କବାଟ ଓ ଝରକା ଥିବା ସ୍ଥାନ ସମ୍ପର୍କରେ ସୁଚନା ଦେବ । ମାହାନାଙ୍କର ଏଇ ଉଦ୍ଭାବନ ସମ୍ବଲପୁର ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ସତପଥିଙ୍କ ଦୃଷ୍ଟି ଆକର୍ଷଣ କଲା ସେ ମଧ୍ୟ ଏଇ ପ୍ରଚେଷ୍ଟାକୁ ବେଶ୍ ପ୍ରଶଂସାକରିଛନ୍ତି । ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ କାର୍ଯ୍ୟାଳୟ ଏଇ ପାଇଲଟ୍ ପ୍ରକଳ୍ପକୁ ଅନୁମୋଦନ କରିଛି ଫଳରେ ଏହାକୁ ସ୍ଥାନୀୟ ବିଦ୍ୟାଳୟର୧୦ ଜଣ ଛାତ୍ରଙ୍କୁ ଏଇ ଷ୍ଟିକ୍ ପ୍ରଦାନ କରାଯାଇଛି, ଯାହାର ଫଳାଫଳ ଭଲ ଆସିଲେ ଆଗାମୀ ଦିନମାନଙ୍କରେ ଏହାର ବ୍ୟାପକ ବ୍ୟବହାର ପାଇଁ ଚିନ୍ତାକରାଯାଇପାରିବ । ରାଜ୍ୟର ପ୍ରଥମ ଦୃଷ୍ଟିହୀନ ଓଏସ୍  ଅଫିସର ସଞ୍ଜୟ ବେହେରା ଏହାକୁ ବ୍ୟବହାର କରି ଖୁସୀଥିବା କଥା ତାଙ୍କ ଟ୍ୱିଟରରେ ପ୍ରକାଶ କରିଛନ୍ତି । ପ୍ରତିଦିନ ମୁଁ ଉଦ୍ଭାବନ ଗୁଡ଼ିକର ବିକାଶ ପାଇଁ କାମକରେ, ଆଗକୁ ମୋର ଲକ୍ଷ୍ୟ ରହିଛି ପତିରକ୍ଷା,ଅନୁସନ୍ଦାନ ସଂସ୍ଥା ଡ଼ିଆରଡ଼ିଓ ସହ କାମକରିବି ଫଳରେଦେଶପାଇଁ ମୁଁ କିଛି ଯୋଗଦାନ ଦେଇପାରିବି ବୋଲି ଆଶିଷ କୁହନ୍ତି ।   ୧୯୯୨ ମସିହାରୁ ଆଶିଷ ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଉଦ୍ଭାବନ ଯାହା ଲୋକଙ୍କ ହିତରେ ଲାଗିସାରିଛି ଓ ଏହାପାଇଁ ତାଙ୍କୁ ଅନେକଥର ସମ୍ମାନିତ ମଧ୍ୟ କରାଯାଇଛି। ଏବେ ସେ ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ତାଙ୍କୁ ନିମନ୍ତ୍ରଣ ଆସୁଛି ଫଳରେ ସେ ତାଙ୍କ ଉଦ୍ଭାବନ ସମ୍ପର୍କରେ ପିଲାଙ୍କୁ ସଚେତନ ମଧ୍ୟ କରୁଛନ୍ତି । ସମାଜ ପାଇଁତାଙ୍କର ଏଇ ଉଦ୍ଭାବନ ସବୁଯେ ବେଶ୍ ସହାୟକ ଏଥିରେ ସନ୍ଦେହର ଅବକାଶ ନାହିଁ । ଆଶିଷ ମାହାନାଙ୍କୁ ଆମ ତରଫରୁ ଅନେକ ଅନେକ ସାଧୁବାଦ ।  

kamala-pujari
ଅସାଧାରଣ

ଜୈବିକ କୃଷିରେ ଅବଦାନ ପାଇଁ ସର୍ବଦା ମନେ ରହିବେ କମଳା ପୂଜାରୀ

3 Mins read
July 27, 2024

୨୦ ଜୁଲାଇ ୨୦୨୪ , ୭୬ ବର୍ଷର ଘଟଣା ବହୁଳ ଜୀବନଯାତ୍ରା ସାରି କମଳା ମା’ ଚାଲିଗଲେ ଆରପାରିକୁ, କିନ୍ତୁ ପଛରେ ଛାଡି ଦେଇଯାଇଛନ୍ତି ଜୈବିକ କୃଷିକୁ ନେଇ ଭବିଷ୍ୟତ ପିଢୀ ପାଇଁ ଅଜସ୍ର ପ୍ରେରଣା । ତାଙ୍କ ଗ୍ରାମ ପାତ୍ରପୁଟ ଆଜି ନିରବି ଯାଇଛି । ତାଙ୍କ ବିୟୋଗରେ ଗ୍ରାମବାସୀ କାନ୍ଦି ଉଠିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ବୟସାଧିକ କାରଣରୁ କିଡନୀ ଜନିତ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ । ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ …

A 71-year-old clerk who lives 20 km away from Bhub A 71-year-old clerk who lives 20 km away from Bhubaneswar in Sarkana Village, Balianta block is empowering the lives of more than 5,000 fish farmers every year. His #Aquaculture Field has become the training cum research school for young entrepreneurs in fish breeding, brood production and water management; that too #freeofcost. Starting from a learner to being a tutor, he opines that if done in the right process with technical assistance and patience, fish farming could be a profitable career. His top-notch contribution in the field of Aquaculture has conferred him with ‘Padma Shri’ in 2020. His selfless guidance has inspired many youths in this field, thus, transforming their socio-economic condition.#SarkanaCarpHatchery #AquacultureFieldSchool #ICAR #CIFA#lighthousehttps://inspiringodisha.com/a-clerk-who-becomes-the.../
It doesn't demand an extraordinary skill to save a It doesn't demand an extraordinary skill to save a dying person in a road accident rather than standing as a mere spectator. Instead, it requires humane emotion to save the person who is swinging between life and death. A truck driver from Jagatsinghpur of Odisha saved more than 400 lives because being a human being he is aware of his duties. Click the link below to read more about him..⬇⬇https://inspiringodisha.com/a-truck-driver-saved-more.../
https://inspiringodisha.com/a-lone-endeavour-to-co https://inspiringodisha.com/a-lone-endeavour-to-connect.../Dhaneswar Pradhan, an ordinary waged laborer of Odisha’s Kandhamal district built a 6 km long road alone just to connect his isolated Bandopanka village to the only motorable road that connects Kerubadi. Swayed by his lone endeavor for the well-being of his village now the local government as well as the villager extended a supporting hand to him.Know about his story of lone dedication and perseverance by clicking on the link above.
Madhusmita Prusty since the advent of the pandemic Madhusmita Prusty since the advent of the pandemic has been performing the last rites of unclaimed dead bodies, especially COVID-19 patients tirelessly. According to her, the funeral is the noblest work a person can do that brings merit for the afterlife. Read what inspired her to opt for a distinct profession.https://inspiringodisha.com/last-comrade-of-unclaimed-souls/
A country will be prosperous when its women folk a A country will be prosperous when its women folk also get empowered. An odia homemaker, Durga Priyadarshini of Bargarh district of Odisha rolled out organic paint made out of Cowdung in the market. With the sale of over 10,000 litres till now, her Gaumaya Paintspaint is an eco-friendly alternative to plastic paints and is highly praised by the natives in and out of state.Click the link to know more about her inspiring journey.#ecofriendlyproducts #GaumayaPaints #housepainting #letsturntoecoproducts #dairyfarm #startupodisha #PMOIndia #CMOOdishahttps://inspiringodisha.com/odisha-homemaker-makes-eco-friendly-paints-from-cowdung-generates-employment/
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies