• ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
  • ବିଭାଗ
    • ସଶକ୍ତିକରଣ
    • ଭିଡିଓ କାହାଣୀ
    • ପରିବେଶ
    • ସଂରକ୍ଷଣ
    • ଅସାଧାରଣ
  • ଓଡ଼ିଆ
    • English
    • ଓଡ଼ିଆ
BRIGHT, BRAVE and BEAUTIFUL stories from Odisha
BRIGHT, BRAVE and BEAUTIFUL stories from Odisha
ଅସାଧାରଣ

ସାନ୍ତାଳି ଭାଷାର ଡିଜିଟାଇଜେସନରେ ସମର୍ପିତ ରାମଜିତ

No Comments
October 22, 2024
3 Mins read
247 Views
ramjit-sanali-digitization

ଭାଷା କେବଳ ଏକ ଯୋଗାଯୋଗର ମାଧ୍ୟମ ନୁହେଁ; ଏହା ସଂସ୍କୃତି, ଆବେଗ, ଏବଂ ସାମୁଦାୟିକ ଇତିହାସର ମଧ୍ୟ ବାହକ। କିନ୍ତୁ କାଳଗର୍ଭରେ ଅନେକ ପୁରାତନ ଜନଜାତିଙ୍କ ଭାଷା ଧୀରେ ଧୀରେ ବିଲୁପ୍ତ ହେବାକୁ ଲାଗିଛି, ସେଥିପାଇଁ ସେଗୁଡ଼ିକୁ ସୁରକ୍ଷିତ ରଖିବାର ଆବଶ୍ୟକତା ବଢିଛି । ଏହାର ଗୁରୁତ୍ୱକୁ ଉପଲବ୍ଧି କରିପାରି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଗୋବିନ୍ଦପୁରର ୨୮ ବର୍ଷୀୟ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ରାମଜିତ ଟୁଡୁ ସାନ୍ତାଳି ଭାଷାକୁ ଡିଜିଟାଲ୍ ଯୁଗରେ ମଧ୍ୟ ବଂଚାଇ ରଖିବା ପାଇଁ ଗୋଟିଏ ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକ ସୃଷ୍ଟି କରିଛନ୍ତି ।

ଛଅ ଭାଇ-ଭଉଣୀ ବିଶିଷ୍ଟ ଏକ ବଡ଼ ପରିବାରରେ ସବୁଠୁ ଛୋଟ ଥିଲେ ରାମଜିତ । ତାଙ୍କ ବିଧବା ମାଆ ଚାଷବାସ କରି ପିଲାମାନଙ୍କୁ ବଡ଼ କରିଥିଲେ । ମା’ଙ୍କ କଠୋର ପରିଶ୍ରମ ଓ ସହନଶୀଳତା ରାମଜିତଙ୍କୁ ବେଶ ପ୍ରଭାବିତ କରିଥିଲା । ସେ ଗୋପବନ୍ଧୁ ଇନ୍‌ଷ୍ଟିଟ୍ୟୁଟ ଅଫ ଇଞ୍ଜିନିୟରିଂରୁ ମେକାନିକାଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିଲେ, କିନ୍ତୁ ତାଙ୍କର ଟେକ୍ନୋଲୋଜି ଓ ପ୍ରୋଗ୍ରାମିଂ ପ୍ରତି ଥିବା ଭଲପାଇବାକୁ ତାଙ୍କ ଗତିପଥ ନିର୍ଦ୍ଧାରଣ କରିଥିଲା ।

“୨୦୧୪ ମସିହାରେ ମୋ ପ୍ରଥମ ମୋବାଇଲ୍ ଫୋନ୍ ପାଇଲା ପରେ ମୁଁ ଅନୁଭବ କରିଥିଲି, ଆନଲାଇନରେ ସୂଚନା ତ ପ୍ରଚୁର ଥିଲା, କିନ୍ତୁ ତାହା ମୋ ମାତୃଭାଷା ସାନ୍ତାଳିରେ ଉପଲବ୍ଧ ନଥିଲା। ସାନ୍ତାଳିର ଓଲଚିକି ଲିପି ମୋବାଇଲ୍ ଫୋନରେ ନଥିବାରୁ ମୁଁ ମୋ ବନ୍ଧୁ ପରିବାରଙ୍କ ସହ ଯୋଗାଯୋଗ କରିବାରେ ଅସୁବିଧା ହେଉଥିଲା । ଏହି ଅସୁବିଧା ମତେ ସାନ୍ତାଳି ଭାଷାକୁ ଡିଜିଟାଲ୍ କରିବା ପାଇଁ ପ୍ରେରଣା ଦେଲା।”

ତା’ପରେ ରାମଜିତ ଓଲଚିକି ଲିପିକୁ ଆଧୁନିକ ଟେକ୍ନୋଲୋଜି ସହ ସଂଯୋଗ କରିବାର ସମସ୍ତ ସମ୍ଭାବନା ଦିଗରେ ଗବେଷଣା ଆରମ୍ଭ କରିଥିଲେ। ନିଜ ହାତଖର୍ଚ୍ଚରୁ ସେ ବଜାରରେ ଥିବା ବିଭିନ୍ନ ଇଣ୍ଟରନେଟ୍ କାଫେଗୁଡ଼ିକୁ ଯାଇ ଏକ ୱେବସାଇଟ୍ ଗଢିବାକୁ ଲାଗିଲେ । ମିଶି କାମ କରିବାକୁ ସେ ତାଙ୍କ ବନ୍ଧୁ ଅଶ୍ୱିନୀ ଓ ବାପି ମୁର୍ମୁଙ୍କ ସହିତ ‘ଓଲଚିକି ଟେକ୍‌’ ନାମକ ଏକ ସଂଗଠନ କରିଥିଲେ । କ୍ଟକ୍ଷମଷସଳସୟକ୍ସ.ଭକ୍ଷକ୍ଟଶଗ୍ଦକ୍ଟ୍ରକ୍ଟଗ୍ଧ.ମକ୍ଟଜ୍ଞ ନାମକ ଏକ ୱେବସାଇଟ୍ ସେମାନେ ଗଠନ କରିଥିଲେ, ଯେଉଁଠାରେ ଲୋକମାନେ ଓଲଚିକିକୁ କିପରି ନିଜ ନିଜର ମୋବାଇଲ ଫୋନ, ଟ୍ୟାବ, କଂପ୍ୟୁଟର ଆଦି ଡ଼ିଭାଇସମାନଙ୍କରେ ସକ୍ରିୟ କରିବେ ଓ ନିଜ ମାତୃଭାଷାରେ ମେସେଜ ଦେବା, ଚାଟ କରିବା, ପୋଷ୍ଟ କରିବା କରିପାରିବେ, ତାହାର ସମ୍ପୂର୍ଣ୍ଣ ନିର୍ଦ୍ଦେଶାବଳୀ ସେଥିରେ ଉପଲବ୍ଧ କରାଇଥିଲେ ।

ସେମାନଙ୍କ ପ୍ରୟାସ ଏଠାରେ ଥମି ଯାଇନଥିଲା। ସେମାନେ “ବିର-ମାଳି” ନାମକ ପ୍ରଥମ ସାନ୍ତାଳି ଇଣ୍ଟରନେଟ ପ୍ରତ୍ରିକା ବା ଇ-ମାଗାଜିନ୍ ର ଶୁଭାରମ୍ଭ କରିଥିଲେ, ଯାହା ସାନ୍ତାଳି ଲେଖକମାନଙ୍କୁ ନିଜର କାହାଣୀ ଏବଂ କବିତାଗୁଡ଼ିକୁ ପ୍ରକାଶ କରିବା ପାଇଁ ଏକ ମଞ୍ଚ ଦେଇଥିଲା । ଏହି ପଦକ୍ଷେପ ସାନ୍ତାଳି ସାହିତ୍ୟକୁ ପ୍ରୋତ୍ସାହନ ଦେବା ସହିତ ସାନ୍ତାଳି ଭାଷାର ଏକ ନୂତନ ପିଢ଼ୀର ଲେଖକମାନଙ୍କୁ ସେମାନଙ୍କ ଭାଷା ଐତିହ୍ୟକୁ ଆପଣାଇବା ପାଇଁ ଉତ୍ସାହିତ କଲା।

୨୦୧୮ରେ ସାନ୍ତାଳି ୱିକିପିଡ଼ିଆର ଶୁଭାରମ୍ଭ ଆଉ ଏକ ବଡ଼ ମାଇଲଖୁଣ୍ଟ ସାଜିଲା । ରାମଜିତ ଓ ଅନ୍ୟ ସହଯୋଗୀମାନେ ମିଶି ବିଭିନ୍ନ ବିଷୟ ମାନଙ୍କରେ ପ୍ରାୟ ୧ ଲକ୍ଷରୁ ଅଧିକ ଲେଖା ସୃଷ୍ଟି କରିଥିଲେ, ଯାହା ଦ୍ୱାରା ସାନ୍ତାଳୀ ଭାଷାଭାଷୀ ଲୋକମାନେ ନିଜେ ନିଜ ଭାଷାରେ ନିଜର ବିଭିନ୍ନ ଜ୍ଞାନ ଓ ସୂଚନାର ସଂପ୍ରସାରଣ କରିପାରିଥିଲେ । ସେମାନେ ଏହି ତାଙ୍କର ଯୋଜନାକୁ ମୁକ୍ତ ବା open-source platform ଭାବେ ଗଠନ କରିଥିଲେ, ଯାହାଫଳରେ ପରବର୍ତ୍ତୀ ସମୟରେ ଆଉ କେହି ମଧ୍ୟ ଏହି ଯୋଜନାକୁ ଆହୁରି ଆଗକୁ ନେଇ ପାରିବେ ।

ରାମଜିତଙ୍କ ପ୍ରୟାସ ଯେତେବେଳେ ଲୋକଲୋଚନକୁ ଆସିଲା, ସେ ସାନ୍ତାଳି ଭାଷାର ଡିଜିଟାଇଜେସନର ଗରୁତ୍ୱ ଓ ଆବଶ୍ୟକତା ସହ ଏହାର ପ୍ରଚାର ପ୍ରସାର କରିବା ପାଇଁ ବିଭିନ୍ନ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ଏକ୍ସପୋ ଏବଂ ଲେଖକ ସମ୍ମିଳନୀରେ ଆଦିରେ ଭାଗ ନେବାକୁ ଆରମ୍ଭ କଲେ । ତାଙ୍କ ପ୍ରୟାସ ପାଇଁ ଭାରତ ବାହାରେ ବାଂଲାଦେଶ, ନେପାଳ ଓ ଭୂଟାନରେ ଥିବା ସାନ୍ତାଳି ଭାଷାର ଲୋକମାନେ ମଧ୍ୟ ଉପକୃତ ହୋଇପାରିଲେ ।

୨୯ ସେପ୍ଟମ୍ବର ୨୦୨୪ରେ ରାମଜିତଙ୍କ ଅଦ୍ଭୁତପୂର୍ବ କାର୍ଯ୍ୟକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାନ୍ୟତା ପ୍ରଦାନ କରିଥିଲେ । ମୋଦି ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ରେ ରାମଜିତଙ୍କୁ ଶ୍ରେୟ ଦେଇ ସାନ୍ତାଳି ଭାଷାର ସୁରକ୍ଷା ପଛରେ ତାଙ୍କ ଅବଦାନର ପ୍ରଶଂସା କରିଥିଲେ ।

“ବିଶ୍ୱରେ ଯେତେବେଳେ ଭାଷାମାନେ ଅଦୃଶ୍ୟ ହେବାରେ ଲାଗିଛନ୍ତି, ସାନ୍ତାଳି ଭାଷାକୁ ଡିଜିଟାଇଜ୍ କରିବା ଏକ ବହୁତ ବଡ଼ ସଫଳତା”

ପ୍ରଧାନମନ୍ତ୍ରୀ ମୋଦି

ଭବିଷ୍ୟତରେ, ରାମଜିତ ଏକ ଅନଲାଇନ ସାନ୍ତାଳି ଅନୁବାଦ ବ୍ୟବସ୍ଥା କରିବା ପାଇଁ ଯୋଜନା କରୁଛନ୍ତି ଯାହାଦ୍ୱାରା ଟେକ୍ସଟ୍‌-ଟୁ-ଭଏସ୍ ଏବଂ ଭଏସ୍‌-ଟୁ-ଟେକ୍ସଟ୍ ହେବା ସହ ଅନ୍ୟ ଭାଷାମାନଙ୍କରେ ଏବଂ ମାନଙ୍କରୁ ଅନୁବାଦ ମଧ୍ୟ ହୋଇପାରିବ । ତାଙ୍କର ଏହି ଯୋଜନା କେବଳ ସ୍ୱାକ୍ଷର ଲୋକମାନଙ୍କୁ ନୁହେଁ, ଦୃଷ୍ଟିହୀନମାନଙ୍କୁ ମଧ୍ୟ ସାହାଯ୍ୟ କରିବ, ଯାହା ଦ୍ୱାରା ସାନ୍ତାଳି ଭାଷାର ସୌନ୍ଦର୍ଯ୍ୟ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିବ।

ରାମଜିତ ଟୁଡୁଙ୍କ ଏହି ଯାତ୍ରା ବୈଷୟିକ ଶକ୍ତି ଦ୍ୱାରା ନିଜ ସାଂସ୍କୃତିକ ପରିଚୟକୁ ସୁରକ୍ଷିତ ରଖିବାର ଏକ ଦୃଢ଼ ପ୍ରମାଣ । ତାଙ୍କର କାର୍ଯ୍ୟ ବହୁତଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି, ଏବଂ ପ୍ରମାଣ ସାଜିଛି ଯେ ଦୃଢ଼ ସଙ୍କଳ୍ପ ଓ ସୃଜନଶୀଳତା ଯେକୌଣସି ସଂକଟାପନ୍ନ ଭାଷାକୁ ଡିଜିଟାଲ୍ ଯୁଗରେ ସ୍ଥାନ ଦେଇପାରିବ।

Shares
Write Comment
Leave a Reply Cancel reply

Your email address will not be published. Required fields are marked *

Previous Post

ଉଦ୍ଭାବନ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବାର ସଙ୍କଳ୍ପ ନେଇଛନ୍ତି ଆଶିଷ

Next Post

ଦେଶୀ ବିହନର ସଂରକ୍ଷଣ ମାନସଙ୍କ ଅଭିଯାନ

You might also like
gadget
ଅସାଧାରଣ

ଉଦ୍ଭାବନ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବାର ସଙ୍କଳ୍ପ ନେଇଛନ୍ତି ଆଶିଷ

1 Min read
October 8, 2024

ଜୀବନଟା କେତେ ଲମ୍ବା ହେବ ତା ଆମ ହାତରେ ନାହିଁ କିନ୍ତୁ ଜୀବନଟା କେମିତି ହେବ ତା ଆମ ହାତରେ ଅଛି । ଇଶ୍ୱରଙ୍କ ସୃଷ୍ଟିରେ ନିଜକୁ ଶ୍ରେଷ୍ଠ ବୋଲାଉଥିବାଆମେ ମଣିଷମାନେ ଆଜିର ଦିନରେ ନିଜ ସ୍ୱାର୍ଥ ସାଧନରେ ଲାଗିପଡ଼ିଛନ୍ତି । କ୍ୱଚିତ୍ ଲୋକ ଅଛନ୍ତି ଯେଉଁମାନେ ନିଜସହ ମଣିଷ ସମାଜର କଥା ଭାବନ୍ତି, ଆଉନିଜର ବଳିଷ୍ଠ ଯୋଗଦାନ ମାଧ୍ୟମରେ ଅନେକଙ୍କର ଜୀବନକୁ କରିଦିଅନ୍ତି ସହଜ । ଏମିତି ଜଣେ ବିକ୍ତିତ୍ୱ ହେଲେ ଆଶିଷ ମାହାନା, ପେଷାରେ ଜଣେ ଇଂଜିନିୟର ଭାବେ କାମ କରୁଥିବା ଆଶିଷଙ୍କ ନିଶା କିନ୍ତୁ ନୂଆ ନୂଆ ଉଦ୍ଭାବନ, ଯାହା ଅନ୍ୟରଜୀବନକୁ ସହଜ କରିବାରେ ସାହାଯ୍ୟ କରିବ । ପେଶାରେ ରହି ନିଜ ଉଦ୍ଭାବନ ପାଇଁ ଉପଯୁକ୍ତ ସମୟ ଦେଇନପାରିବାରୁ ଇଂଜିନିୟରିଂରୁ ସନ୍ୟାସ ନେଲେଆଷିଶ । ତାଙ୍କଦ୍ୱାରା ନିକଟରେ ପ୍ରସ୍ତୁତ ହୋଇଥିବା ସ୍ମାର୍ଟ ଷ୍ଟିକ୍ ଦୃଷ୍ଟିହୀନ ଲୋକଙ୍କ ପାଇଁ ବରଦାନ କହିଲେ ଅତ୍ୟୁ୍‌କ୍ତି ହେବନାହିଁ । ଏହାକୁ ଏମିତି ଭାବେଡ଼ିଜାଇନ୍ କରାଯାଇଛି ଯେ ଜଣେ ଦୃଷ୍ଟିହୀନ ଲୋକ ପାଇଁ ଏହା ଗାଇଡ଼୍ ଭଳି ସହାଯ୍ୟ କରିବ ଫଳରେ ଯିବାଆସିବା ପାଇଁ ଏମାନଙ୍କ ଆଉ ଅନ୍ୟ ଉପରେ ନିର୍ଭରକରିବାକୁ ପଡ଼ିବ ନାହିଁ । ପିଲାବେଳୁ ବିଜ୍ଞାନ ପ୍ରତି ମୋର ଅହେତୁକ ଆଗ୍ରହ ଥିଲା, ତେଣୁ ମୋ ପକେଟ୍‌ରେ ସବୁବେଳେ ଗୋଟେ ଟେଷ୍ଟର ଓ ସ୍କ୍ରୁ ଡ଼୍ରାଇଭର ରଖିବାକୁ ମୁଁ ପସନ୍ଦ କରୁଥିଲି ।ମୋତେ ମିଳୁଥିବା ପକେଟ୍ ମନିରୁ ମୁଁ ମୋଟର, ଫିତା, ତାର ଭଳି ଉପକରଣ ଆଣି ନୂଆ ନୂଆ ଉଦ୍ଭାବନ ପାଇଁ ଚେଷ୍ଟା କରୁଥିଲି । କମ୍ ଖର୍ଚ୍ଚରେ ଏହାକୁ ପ୍ରସ୍ତୃତକରିବାକୁ ବିଭିନ୍ନ ସ୍ଥାନରୁ ସଗୃହିତ ପୁରୁଣା ପାର୍ଟସ୍ ଗୁଡ଼ିକ ବ୍ୟବହାର କରେ, ଅନେକ ସମୟରେ ସଫଳ ମଧ୍ୟ ହୁଏ ବୋଲି ଆଶିଷ କୁହନ୍ତି । ୪୬ ବର୍ଷ ବୟଷ୍କ ଆଶିଷ ମାହାନା  ସମ୍ବଲପୁର ଜିଲ୍ଳା, ସଲଦ୍ ପଞ୍ଚାୟତ ଅର୍ନଗତ ନୂଆ ରାମ୍ପେଲା ଗାଁର ଅଧିବାସୀ । ଅପରେସନାଲ୍ ମେନେଜମେଣ୍ଟରେ ଏମବିଏ୍  କରିବା ସହ ଟେଲି କମ୍ୟୁନିକେସନ୍‌, ଇଲେକଟ୍ରୋନିକ୍ସ, କମ୍ପୁଟର ହାର୍ଡ଼ୱେୟାର ବିଷୟ ଗୁଡ଼ିକରେ ଡ଼ିପ୍ଲୋମା ମଧ୍ୟ କରିଛନ୍ତି । ହିଣ୍ଡାଲକୋ ଇଣ୍ଡଟ୍ରିଜ୍‌ରେ ଆସିଷ୍ଟାଣ୍ଡଇଂଜିନିୟର ଭାବେ ଉତ୍ତମ ବେତନରେ ଚାକିରି କରୁଥିଲେ ହେଁ ଦୃଷ୍ଟିହୀନ ଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ତଆରି କରିବାର ନିଶା ପାଇଁ ୨୦୨୩ ରେ ଚାକିରିରୁସନ୍ୟାସ ନେଇଥିଲେ ଆଶିଷ । ଆଉ ତାପରେ ନିଜ ଉଦ୍ଭାବନା ପାଇଁ ଅବିରତ ଚେଷ୍ଟାରେ ଲାଗିପଡ଼ିଛନ୍ତି ସେ । ଆଉ ପଳସ୍ୱରୁପ ତାଙ୍କର ସ୍ୱପ୍ନର ପ୍ରକଳ୍ପ ଦୃଷ୍ଟିହୀନଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ବନେଇବାରେ ସଫଳ ହୋଇଛନ୍ତି ସେ ।   ୨୦୦୯ ମସିହାର କଥା ମୁଁ ଯେତେବେଳେ ମୋ କାମରେ ବାହାରିଥାଏ ମୁଁ ଦେଖିବାକୁ ପାଇଲି ଜଣେ ଦୃଷ୍ଟିହୀନ ବ୍ୟକ୍ତି ରାସ୍ତା ପାରିହେବାକୁ ଅନେକ ସଂଘର୍ଷକରୁଛନ୍ତି ଯାହା ମୋତେ ଆନ୍ଦୋଳିତ କରିଥିଲା, ମୁଁ ତାଙ୍କୁ ରାସ୍ତା ପାର ହେବାରେ ସାହାଯ୍ୟ କଲି ସତ କିନ୍ତୁ ଏ ଘଟଣା ପରଠୁ ଦୃଷ୍ଟିହୀନ ଲୋକଙ୍କୁ ମୁଁ କେମିତିସାହାଯ୍ୟ କରିପାରିବି ସେ ପ୍ରଚେଷ୍ଟାରେ ଲାଗିପଡ଼ିଲି । ଆଉ ଫଳସ୍ୱରୁପ ଏକ ସ୍ମାର୍ଟ ସ୍ଟିକ୍ ତିଆରି କରିବାରେ ସଫଳ ହେଲି ଯାହା ଦୃଷ୍ଟହୀନ ଲୋକଙ୍କୁ ବିନାକାହାର ସାହାଯ୍ୟରେ ରାସ୍ତାରେ ଚଳପ୍ରଚଳ କରିବାକୁ ସାହାଯ୍ୟ କରିବ । ଏଇ ସ୍ମାର୍ଟ ଷ୍ଟିକ୍ ତିଆରି କରିସାରିବା ପରେ ମୁଁ ପ୍ରଥମେ ଏହାକୁ ନିଜ ସହରର ଜଣେଦୃଷ୍ଟିହୀନ ବ୍ୟକ୍ତିଙ୍କୁ ବ୍ୟବହାର ପାଇଁ ଦେଲି ଓ ତାଙ୍କ ମତାମତ ଆଧାରରେ ଏଥିରେ ପରିବର୍ତ୍ତନ କରି ଏଥିରେ ରହୁଥିବା ତ୍ରୃଟିକୁ ସଜାଡ଼ିଲି, ଏହା ଏବେ ବ୍ୟବହାରପାଇଁ ପୁରା ପ୍ରସ୍ତୃତ ବୋଲି ଆଶିଷ କୁହନ୍ତି । ଆଶିଷ ମାହାନା ଦୃଷ୍ଟିହୀନ ବ୍ୟକ୍ତିଙ୍କ ଚଳପ୍ରଚଳକୁ ସହଜ କରିବା ପାଇଁ ଉଭୟ ଇନ୍‌ଡ଼ୋର ଓ ଆଉଟ୍ ଡ଼ୋର୍ ଡ଼ିଭାଇସ୍ ପ୍ରସ୍ତୃତ କରିଛନ୍ତି । ଆଉଟ୍‌ଡ଼ୋର୍ ପାଇଁପ୍ରସ୍ତୃତ ହୋଇଥିବା ସ୍ମାର୍ଟ ସ୍ଟିକ୍‌ଟି ଜି.ପି.ଏସ୍ ଦ୍ୱାରା ପରିଚାଳିତ ଯାହା ୫ ଫୁଟ୍ ଦୁରରୁ ଆସୁଥିବା ବାଧା ବିଷୟରେ ସୁଚନା ଦେବ ଭାଇବ୍ରେସନ୍ ମାଧ୍ୟମରେ ।ସେହିଭଳି ଇନ୍‌ଡ଼ୋର୍‌ରେ ମଧ୍ୟ ଏକ ମଲ୍ଟି ସେନ୍ସର ଡ଼ିଭାଇସ୍ ପ୍ରସ୍ତୃତ ହୋଇଛି ଯାହା ଦୃଷ୍ଟିହୀନ ବ୍ୟକ୍ତିଙ୍କ ସୁରକ୍ଷିତ ଚଳପ୍ରଚଳ ପାଇଁ ବିଶେଷ ଭାବରେ ସାହାଯ୍ୟକରିବ  ଏବଂ କବାଟ ଓ ଝରକା ଥିବା ସ୍ଥାନ ସମ୍ପର୍କରେ ସୁଚନା ଦେବ । ମାହାନାଙ୍କର ଏଇ ଉଦ୍ଭାବନ ସମ୍ବଲପୁର ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ସତପଥିଙ୍କ ଦୃଷ୍ଟି ଆକର୍ଷଣ କଲା ସେ ମଧ୍ୟ ଏଇ ପ୍ରଚେଷ୍ଟାକୁ ବେଶ୍ ପ୍ରଶଂସାକରିଛନ୍ତି । ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ କାର୍ଯ୍ୟାଳୟ ଏଇ ପାଇଲଟ୍ ପ୍ରକଳ୍ପକୁ ଅନୁମୋଦନ କରିଛି ଫଳରେ ଏହାକୁ ସ୍ଥାନୀୟ ବିଦ୍ୟାଳୟର୧୦ ଜଣ ଛାତ୍ରଙ୍କୁ ଏଇ ଷ୍ଟିକ୍ ପ୍ରଦାନ କରାଯାଇଛି, ଯାହାର ଫଳାଫଳ ଭଲ ଆସିଲେ ଆଗାମୀ ଦିନମାନଙ୍କରେ ଏହାର ବ୍ୟାପକ ବ୍ୟବହାର ପାଇଁ ଚିନ୍ତାକରାଯାଇପାରିବ । ରାଜ୍ୟର ପ୍ରଥମ ଦୃଷ୍ଟିହୀନ ଓଏସ୍  ଅଫିସର ସଞ୍ଜୟ ବେହେରା ଏହାକୁ ବ୍ୟବହାର କରି ଖୁସୀଥିବା କଥା ତାଙ୍କ ଟ୍ୱିଟରରେ ପ୍ରକାଶ କରିଛନ୍ତି । ପ୍ରତିଦିନ ମୁଁ ଉଦ୍ଭାବନ ଗୁଡ଼ିକର ବିକାଶ ପାଇଁ କାମକରେ, ଆଗକୁ ମୋର ଲକ୍ଷ୍ୟ ରହିଛି ପତିରକ୍ଷା,ଅନୁସନ୍ଦାନ ସଂସ୍ଥା ଡ଼ିଆରଡ଼ିଓ ସହ କାମକରିବି ଫଳରେଦେଶପାଇଁ ମୁଁ କିଛି ଯୋଗଦାନ ଦେଇପାରିବି ବୋଲି ଆଶିଷ କୁହନ୍ତି ।   ୧୯୯୨ ମସିହାରୁ ଆଶିଷ ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଉଦ୍ଭାବନ ଯାହା ଲୋକଙ୍କ ହିତରେ ଲାଗିସାରିଛି ଓ ଏହାପାଇଁ ତାଙ୍କୁ ଅନେକଥର ସମ୍ମାନିତ ମଧ୍ୟ କରାଯାଇଛି। ଏବେ ସେ ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ତାଙ୍କୁ ନିମନ୍ତ୍ରଣ ଆସୁଛି ଫଳରେ ସେ ତାଙ୍କ ଉଦ୍ଭାବନ ସମ୍ପର୍କରେ ପିଲାଙ୍କୁ ସଚେତନ ମଧ୍ୟ କରୁଛନ୍ତି । ସମାଜ ପାଇଁତାଙ୍କର ଏଇ ଉଦ୍ଭାବନ ସବୁଯେ ବେଶ୍ ସହାୟକ ଏଥିରେ ସନ୍ଦେହର ଅବକାଶ ନାହିଁ । ଆଶିଷ ମାହାନାଙ୍କୁ ଆମ ତରଫରୁ ଅନେକ ଅନେକ ସାଧୁବାଦ ।  

kamala-pujari
ଅସାଧାରଣ

ଜୈବିକ କୃଷିରେ ଅବଦାନ ପାଇଁ ସର୍ବଦା ମନେ ରହିବେ କମଳା ପୂଜାରୀ

3 Mins read
July 27, 2024

୨୦ ଜୁଲାଇ ୨୦୨୪ , ୭୬ ବର୍ଷର ଘଟଣା ବହୁଳ ଜୀବନଯାତ୍ରା ସାରି କମଳା ମା’ ଚାଲିଗଲେ ଆରପାରିକୁ, କିନ୍ତୁ ପଛରେ ଛାଡି ଦେଇଯାଇଛନ୍ତି ଜୈବିକ କୃଷିକୁ ନେଇ ଭବିଷ୍ୟତ ପିଢୀ ପାଇଁ ଅଜସ୍ର ପ୍ରେରଣା । ତାଙ୍କ ଗ୍ରାମ ପାତ୍ରପୁଟ ଆଜି ନିରବି ଯାଇଛି । ତାଙ୍କ ବିୟୋଗରେ ଗ୍ରାମବାସୀ କାନ୍ଦି ଉଠିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ବୟସାଧିକ କାରଣରୁ କିଡନୀ ଜନିତ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ । ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ …

cover
ଅସାଧାରଣ

କର୍କଟ ରୋଗୀଙ୍କୁ ମାଗଣା ସେବା ଯୋଗାଇ ଆସୁଛନ୍ତି ଅମ୍ରିତ ଧାରା

3 Mins read
February 13, 2024

ବର୍ତ୍ତମାନ ସମୟରେ ପାଣି ପବନ ମୂର୍ତ୍ତିକା ସବୁଠି ପ୍ରଦୁଷଣର ମାତ୍ରା ବଢ଼ିବା ସହ ମଣିଷର ଜୀବନଶୈଳୀ ତାକୁ କ୍ରମଶଃ ରୋଗ ମୁହଁକୁ ଠେଲି ଦେଉଛି । ବିନା ଓøଷଧ ଓ ଚିକିତ୍ସା ବ୍ୟବସ୍ଥାରେ ନିରୋଗ ରହିବା ଆଜିର ଦିନରେ ଅସମ୍ଭବ ହୋଇପଡ଼ିଛି । ତେଣୁ ଉତ୍ତମ ସ୍ୱାସ୍ଥ୍ୟସେବାର ଗୁରୁତ୍ୱ ବର୍ତ୍ତମାନ ସମୟରେ ଅନେକ ବଢ଼ିଯାଇଛି । ତେଣୁ ସମୟର ଆବଶ୍ୟକତାକୁ ଉପଲବ୍ଧି କରି “ଆପଣ ଗୁରୁତ୍ୱପୂର୍ଣ୍ଣ” (You Matter)ର ଥିମ୍ ନେଇ ୨୦୨୦ ମସିହାରୁ କାମ କରିଆସୁଛି …

'Sarojini Vana' a small green patch in Bonai is na 'Sarojini Vana' a small green patch in Bonai is named after its caretaker. This governmental plantation project constitutes around 3200 floras. However, the success of this project is credited to Sarojini, whose love and care for the plants turned this barren land into a lush green patch. Now, this green patch became the abode for many birds and a relishing ground for the passersby.Follow the link below to know more....#sarojinivan #DFOBonai #environmentalist #odishatourism #odishaforestdepartment https://inspiringodisha.com/sarojini-vana-an-example-for-denuded-forest-lands/
It doesn't demand an extraordinary skill to save a It doesn't demand an extraordinary skill to save a dying person in a road accident rather than standing as a mere spectator. Instead, it requires humane emotion to save the person who is swinging between life and death. A truck driver from Jagatsinghpur of Odisha saved more than 400 lives because being a human being he is aware of his duties. Click the link below to read more about him..⬇⬇https://inspiringodisha.com/a-truck-driver-saved-more.../
The popular Naraj Peacock valley is just 15kms awa The popular Naraj Peacock valley is just 15kms away from Nandankanan Zoo in the capital city Bhubaneswar. The panoramic beauty of the valley is a reflection of Pannu Behera's love for peacocks. But for Kanhu (the grandson of Pannu) it's not just the love for peacocks but also a tribute to the last wish of his grandpa.🦚🦚We believe stories can be an effective tool of motivation. DM us to cover yours. We'll get you covered...#narajpeacockvalley #lighthouse .https://inspiringodisha.com/a-tradition-of-love-that.../
It's the story of a scientist who devoted his whol It's the story of a scientist who devoted his whole life to the conservation of the vulnerable or extinct rice genus in the Rayagada district of Odisha. His unique way of rice exchange with the farmers for retaining the rice species has replenished his collection in his rice bank. But his struggle is not over, he has to go the extra mile for reversing the vulnerable rice species.#DrDebalDebandBeyondDevelopmentality #vrihi #basudhahttps://inspiringodisha.com/on-a-trail-to-preserve.../
During the time of the test, one has to choose bet During the time of the test, one has to choose between running away or facing it. Puja and Ambuja faced the nadir in their life with great courage that came in disguise of covid-19, won, and were gifted with a sweet daughter. Here is the story of their benevolence and dare.click here⬇️⬇️https://inspiringodisha.com/battled-covid-to-be-a-mother/
A doctor of VIMSAR is consulting and prescribing m A doctor of VIMSAR is consulting and prescribing medicine to poor patients at just Rs 1 in his '1 rupee clinic' in Burla in the Bargarh district of Odisha. Amongst several philanthropic works, Dr Shankar Ramchandani has also adopted 53 families and taken care of their education and health.Read more about this doctor b clicking the link below.,#1RupeeClinic #drshankarramchandani #VIMSAR #FreeMedicalService #PMOIndia #CMOdisha #healthministerofindiahttps://inspiringodisha.com/a-doctor-who-takes-only-1-rupee-fee/
Follow on Instagram
A Positive Media Movement by Lighthouse
BRIGHT, BRAVE and BEAUTIFUL stories from Odisha
  • Home
  • About
  • Contact
BRIGHT, BRAVE and BEAUTIFUL stories from Odisha
  • Home
  • ବିଭାଗ
    • ସଶକ୍ତିକରଣ
    • ସଂରକ୍ଷଣ
    • ଅସାଧାରଣ
    • ପରିବେଶ
    • ଭିଡିଓ କାହାଣୀ
  • ଆମ ବିଷୟରେ ଜାଣନ୍ତୁ
  • ଯୋଗାଯୋଗ
Switch Language
  • English
  • ଓଡ଼ିଆ
Our site uses cookies. Learn more about our use of cookies: cookie policy
I accept use of cookies