ଖୁସୀରେ ଜୀବନ ଜିଇଁବାକୁ କିଏ ବା ନ ଚାହେଁ । ଏଥିପାଇଁ ମଣିଷ ନୂଆନୂଆ ଆବିଷ୍କାର କରିଚାଲିଛି ଆଉ ଯାହା କ୍ରମଶଃ ଆମ ଅଭ୍ୟାସରେ ପରିଣତ ହେଇଗଲାଣି । ପୂର୍ବରୁ ମାଟିଘର ଓ ବିନା ବିଜୁଳିରେ ଚଳିଆସୁଥିବା ମଣିଷ କିନ୍ତିୁ ଏବେ ପକ୍କାଘର ଓ ବିଜୁଳି ବିନା ଚଳିବା ଅସମ୍ଭବ ଭଳି ମନେହେଉଚି । କିନ୍ତୁ ଏସବୁ ଭିତରେ ବଲାଙ୍ଗୀରର ମଧୁ ରଣା ଏମିତି ଏକ ଅଭିନବ ଆବିଷ୍କାର କରିଛନ୍ତି ଯାହାକୁ ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ । ନିଜ ପ୍ରଚେଷ୍ଟାରେ ସେ ଏମିତି ଏକ ଫ୍ରିଜ୍ ବନେଇଛନ୍ତି ଯାହା ଚାଲିବ ବିନା ଇଲେକ୍ଟ୍ରି ଓ ବିନା ମେଣ୍ଟାନାନ୍ସରେ ଏହା ପୁଣି ସମ୍ପର୍ଣ୍ଣଭାବେ ମାଟିରେ ପ୍ରସ୍ତୁତ । ଏଥିରେ ଆପଣ ଫଳ, ପନିପରିବା ଆଦିକୁ ବହୁଦିନ ପର୍ଯ୍ୟନ୍ତ ରଖିପାରିବେ ସତେଜ ।
ବଲାଙ୍ଗୀର ଜିଲ୍ଳା ଗେରଡ଼ା ଗାଁର ମଧୁ ରଣାଙ୍କର ଏଇ ନିଆରା ଆବିଷ୍କାର ତାଙ୍କୁ ଏବେ ଆଣିଦେଇଛି ସ୍ୱତନ୍ତ୍ର ପରିଚୟ । କୌଳିକ ବୃତ୍ତିରେ ସେ କୁମ୍ଭାର ହୋଇଥିବାବେଳେ ସବୁେବେଳେ କିଛି ନୂଆ କରିଦେଖେଇବାର ନିଶା ଏବେ ତାଙ୍କୁ ଲୋକଲୋଚନକୁ ଆଣିଛି । ଫ୍ରିଜ୍ ପାଇଁ ସେ ମାଟି ଓ କିଛି ଉପଯୋଗୀ କେମିକାଲର ବ୍ୟବହାର କରନ୍ତି ଯାହା ଏହାକୁ ଥଣ୍ଡା ରଖିବାରେ ସାହାର୍ଯ୍ୟକରେ । ଏଥିରେ ରହୁଥିବା ପାଣି ପନିପରିବା ବା ଫଳ ଆଦିକୁ ଅତିକମ୍ରେ ୧୦ ଦିନ ପର୍ଯ୍ୟନ୍ତ ସତେଜ୍ ରଖିବାରେ ସାହାର୍ଯ୍ୟକରେ । ଫ୍ରିଜ୍ ବ୍ୟତୀତ ମାଟିରେ ତିଆରି ଫିଲଟର, ପ୍ରେସର କୁକର,ତାୱା,କଣ୍ଡେଇ ସହ ମାଟିର ଅନେକ ଅଭିନବ ବସ୍ତୁ ଗଢ଼ନ୍ତୁ ସେ ।
ଧାତୁରେ ତିଆରି ବାସନକୁଷନ ଓ ଇଲେକ୍ଟଟ୍ରେନିକ ଉତ୍ପାଦ ଯୁଗରେ ମାଟିର ଚାହିଦା କମିଛି ସତ କିନ୍ତୁ ଏବେବି ଏମିତି କିଛି ପରିବାର ଅଛନ୍ତି ଯେଉଁମାନେ ନିଜ ପରିବାରର ଭରଣପୋଷଣ ପାଇଁ ସମ୍ପୁର୍ଣ୍ଣଭାବେ ଏଇ କୁମ୍ଭାର ବୃତ୍ତି ଉପରେ ନିର୍ଭରଶୀଳ । ପିଲାଟି ଦିନରୁ ମାଟିକାମ କରୁଥିଲେ ବି ୨୦୧୩ ରୁ ଏହାକୁ ବ୍ୟବସାୟ ଭାବେ ବାଛିବାକୁ ମନସ୍ଥ କଲେ ମଧୁ ରଣା । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁଷ୍ଠିତ କୌଷଳ ବିକାଶ କାର୍ଯ୍ୟକ୍ରମ ମାନଙ୍କରୁ ତାଲିମ୍ ପାଇ ସେ ଏମିତି ଅଭିନବ ମାଟିର ବସ୍ତୁ ସବୁ ତିଆରି କରିବା ଆରମ୍ଭ କଲେ ।
ଇଲେକ୍ଟ୍ରୋନିକ୍ ଫ୍ରିଜ୍ ଭଳି ମଧୁଙ୍କର ଏଇ ମାଟି ଫ୍ରିଜ୍ ଫଳ ଓ ପନିପରିବାକୁ ସତେଜ୍ ରଖେ । ଫ୍ରିଜ୍କୁ ତିଆରି କରିବାକୁ ତାଙ୍କୁ ଗୋଟେ ରୁ ଦୁଇଦିନ ଲାଗେ । ଏହାର ମୁଲ୍ୟମଧ୍ୟ ଖୁବ୍ କମ୍ , ଆକାର ଅନୁସାରେ ଏହାର ମୁଲ୍ୟମଧ୍ୟ ଅଲଗା ଅଲଗା ହୋଇଥାଏ । ଜିଲ୍ଲା ଓ ରାଜ୍ୟ ସ୍ତରୀୟ ବିଭିନ୍ନ ମେଳା ମହୋତ୍ସବ ମାନଙ୍କରେ ସେ ତାଙ୍କର ମାଟିର ତିଆରି ବସ୍ତୁ ଗୁଡ଼ିକୁ ବିକ୍ରୀପାଇଁ ଆଣିଥାନ୍ତି ।
“ଲୋକମାନେ ଯେତେବେଳେ ମୋ ମାଟିଫ୍ରିଜ୍ ଦେଖନ୍ତି ସେମାନେ ଆଶ୍ଚର୍ଯ୍ୟ ହେଇଯାଆନ୍ତି ଓ ମୋ କାମର ବେଶ୍ ପ୍ରସଂଶା ମଧ୍ୟ କରନ୍ତି ଯାହା ମୋତେ ଖୁବ୍ ଆତ୍ମସନ୍ତୋଷ ପ୍ରଦାନ କରେ”
ମାଟି ଉପକରଣ ଗୁଡ଼ିକ କ୍ରମଶଃ ଲୋପ ପାଉଥିବା ବେଳେ ମଧୁ ରଣାଙ୍କର ମାଟିରେ ତିଆରି ଏଇ ନୂଆ ଓ ଅଭିନବ ଆବିଷ୍କାର ସବୁ ଟେରାକୋଟା ଶିଳ୍ପକୁ ଆଗକୁ ବଢ଼ିବାରେ ବେଶ ସହାୟକ ହେବ ।