ଜୀବନର ଗୁରୁତ୍ବପୂର୍ଣ ସମୟ ହେଉଛି ଯୁବକ ସମୟ । ଏହି ସମୟ ରେ ନିଶା ସେବନ କରି ଜୀବନକୁ ବରବାଦ କରିବା ପରିବର୍ତ୍ତେ ଗଛ ଲଗାଇବା, ଶିକ୍ଷା ଗ୍ରହଣ କରିବା, ବରିଷ୍ଠ ନାଗରିକ ମାନଙ୍କୁ ସାହାଯ୍ୟ କରିବା । ବିଶେଷ ଅନୁରୋଧ କି ପିଲା ମାନଙ୍କ ଦ୍ଵାରା ନିଶା ଦ୍ରବ୍ୟ ମଗାନ୍ତୁ ନାହିଁ କି ଶୈଶବକୁ ନଷ୍ଟ କରନ୍ତୁ ନାହିଁ ।
ଡାଃ. ମହମ୍ମଦ ଇମରାନ ଅଲ୍ଲିଙ୍କ ଏଇ କଥା କେଇ ପଦ ବେଶ ସମୟୋପଯୋଗୀ ।
ଭଦ୍ରକ ସହରର କାଜିସାହିରେ ଜନ୍ମ ଡାଃ. ମହମ୍ମଦ ଇମିରାନ ଅଲ୍ଲିଙ୍କର ସ୍କୁଲ ଜୀବନରୁ ପାଠ ପଢା ସହିତ ସମାଜ ସେବା ପ୍ରତି ତାଙ୍କର ଥିଲା ଅନେକ ଆଗ୍ରହ । ଭଦ୍ରକ କଲେଜରେ ପଢୁଥିବା ସମୟରେ ନିଜ ଭଉଣୀଙ୍କ ପ୍ରେରଣାରେ ସେ NSS(National Service Scheme) ରେ ଯୋଗ ଦେଇ ଏଚ.ଆଇ.ଭି, ମ୍ୟାଲେରିଆ ଦୂରୀକରଣ ପାଇଁ ସଚେତନତା, ରାସ୍ତା ସଫେଇ କାମ ପରି ବିଭିନ୍ନ ସମାଜ ସେବା କାମ ରେ ନିଜକୁ ନିଯୋଜିତ କରିଥିଲେ ।
ସୋସିୟୋଲୋଜି ଅନର୍ସ ରେ +3 ପାଠ୍ୟକ୍ରମ ଶେଷ କରି 2010 ମସିହାରେ MSW ରେ ପିଜି କରନ୍ତି ଏବଂ ପରେ MSWରେ ପିଏଚଡ଼ି ମଧ୍ୟ କରନ୍ତି ।
“ମୋ କାମରେ ଏକଦା ଭୁବନେଶ୍ଵରର ସହିଦନଗର ଶାନ୍ତିପଲି ବସ୍ତିକୁ ଯାଇଥିବା ବେଳେ ଲକ୍ଷ୍ୟ କଲି ବସ୍ତି ଅଞ୍ଚଳରେ ଛୋଟ ଛୁଆଙ୍କ ଠାରୁ ବଡ ମଣିଷ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ନିଶା ସେବନ କରି ଜୀବନକୁ ଦିଶା ହିନ କରିଦେଉଛନ୍ତି। ଏଇ ବସ୍ତି ଲୋକଙ୍କ ସଚେତନତା ପାଇଁ କିଛି କରିବା ଜରୁରୀ ବୋଲି ମୋର ମନକୁଆସିଲା । ଏକଏକ ନିଶାମୁକ୍ତ ସମାଜର ସ୍ଵପ୍ନରେ ମସଗୁଲ ହୋଇ ମୁଁ ଆରମ୍ଭ କରିଥିଲି ସଚେତନତା କାମ । ମୋ ଉଦ୍ୟମରେ ଗଢି ଉଠିଲା ‘ନିଶାମୁକ୍ତ ଯୁବ ଆନ୍ଦୋଳନ’ ଏବଂ ‘ନିଶାମୁକ୍ତ ଯୁବ ସଂକଲ୍ପ’’ ନାମକ ଦୁଇଟି ସଙ୍ଗଠନ । ଏଇ ସଂଗଠନ ମାଧ୍ୟମରେରାଜ୍ୟର ବିଭିନ୍ନ ସ୍ଥାନରେବୁଲି ବୁଲି ପୋଷ୍ଟର, ହୋର୍ଡିଙ୍ଗ, ବ୍ୟାନର ମାରିବା ସାଙ୍ଗକୁ ନିଶା ସେବନର କୁ ପ୍ରଭାବ ବିଷୟରେ ବ୍ୟକ୍ତିଗତ ଭାବେ ଆମେ ଲୋକଙ୍କୁ ସଚେତନ କରାଇବାର ଅନବରତ ଚେଷ୍ଟା ଜାରି ରଖିଛୁ ।”
୨୦୧୫ ମସିହାରୁ ଇମରାନଙ୍କ ପ୍ରଚେଷ୍ଟାରେ ଗଢି ଉଠିଥିବା ସାଲାମ ଜୀବନ ସଙ୍ଗଠନ ମାଧ୍ୟମରେ ସିଗାରେଟ, ଗୁଟକା ସେବନରୁ ମୁକ୍ତିଅଭିଯାନ ମଧ୍ୟ ଜାରି ରହିଛି । ଇମରାନଙ୍କ ନିଶାମୁକ୍ତି ଅଭିଯାନର କାମ କେବଳ ଓଡିଶା ରେ ସୀମିତ ନ ରହି ଏବେ ସର୍ବଭାରତୀୟ ସ୍ତରରେ ପୁଣି ଭାରତ ବାହାରେ ମଧ୍ୟ ପ୍ରସାରିତ ହେଲାଣି ।
“ନିଶାମୁକ୍ତ ଶୈଶବ” ନାମକ ଏକ କ୍ୟାମ୍ପେନ ଆରମ୍ଭ କରିଛନ୍ତି ଇମରାନ । 18 ବର୍ଷ ରୁ କମ ଶିଶୁ ମାନେ କିପରି ନିଶା କବଳ ରେ ଆକ୍ରାନ୍ତ ହେବେ ନାହିଁ, ତା ହିଁ ଏପରି କ୍ୟାମ୍ପେନର ଉଦ୍ଦେଶ୍ୟ ।
‘Cigarette and other tobacco act’ ଧାରା ୬ ଅନୁସାରେ ଶିକ୍ଷା ଅନୁଷ୍ଠାନମାନଙ୍କରେ ନିଶା ମୁକ୍ତି ଅଭିଯାନ ମଧ୍ୟ ଜାରି ରଖିଛନ୍ତି ଇମରାନ ଏବଂ ତାଙ୍କ ସଂଗଠନ। ତାଙ୍କ ଦ୍ଵାରା ଲିଖିତ ଦୁଇଟି ବହି ”Mission Answer to Cancer” ଏବଂ ”ସଲାମ ଜୀବନ” ବହୁଳ ଆଦୃତ ହୋଇ ଦେଉଛି ନିଶା ମୁକ୍ତିର ବାର୍ତ୍ତା । ପୁଣି ଭଦ୍ରକ ରେଡିଓ ରେଇମ୍ରାନଙ୍କର ନିଶାମୁକ୍ତି ସଚେତ୍ତନତା କାର୍ଯ୍ୟକ୍ରମ ‘କର ଭଲା ତୋ ହୋ ଭଲା ‘ ଆଜି ବେଶ ଲୋକପ୍ରିୟ।
“ଅନେକ ସମୟରେ ସମାଜ ସେବାର ପ୍ରତିଦାନରେ ପ୍ରଚୁର ମାନସିକ ଶାନ୍ତି ସାଙ୍ଗକୁ କିଛି ଯନ୍ତ୍ରଣା ବି ମିଳିଥାଏ ! ମୋ କାମ କରିବା ସମୟରେ କେତେ ଥର ପ୍ରତିକ୍ରିୟାଶୀଳ ଲୋକଙ୍କର ଆକ୍ରୋଶ ଓ ଆକ୍ରମଣର ଶିକାର ହୋଇଛି ମୁଁ । ଅନ୍ୟପକ୍ଷରେ ମୋ କାମ ଲାଗି Limca Book of Records 2018, India book of Records, State Youth Award 2014, State NSS Award 2008, ପରି ୪୦ରୁ ଉର୍ଦ୍ଧ୍ଵ ଅନୁଷ୍ଠାନମୋତେ ସମ୍ମାନିତ ବି କରିଛନ୍ତି । କିନ୍ତୁ କ୍ରିୟା ପ୍ରତିକ୍ରିୟା ନିନ୍ଦା ପ୍ରଶା ର ଉର୍ଦ୍ଧ୍ଵରେ ରହି ଆମେ ଆମ ଅଭିଯାନ ଜାରି ରଖିଛୁ !”
ଡାଃ. ମହମ୍ମଦ ଇମରାନ ଅଲ୍ଲିଙ୍କ ନିଶାମୁକ୍ତି ଅଭିଯାନ ଆମ ସମାଜକୁ ଉତ୍କର୍ଷ ଏକ ଆଲୋକିତ ଦିଗ ଦେଖାଉଛି ନିଶ୍ଚୟ।ତାଙ୍କର ଏଇ ଉଦ୍ୟମକୁ ଆମର ହୃଦୟଭରା ସାଧୁବାଦ !